Below header

ହିମାଚଳ ପ୍ରଦେଶରେ ନଦୀକୁ ଖସିଲା କାର୍‌, ୭ ମୃତ, ୪ ଆହତ

ହିମାଚଳ ପ୍ରଦେଶ ଛାମ୍ବା ଜିଲ୍ଲାରେ ଶୁକ୍ରବାର ଏକ ଏସୟୁଭି ନଦୀକୁ ଖସି ପଡିବାରୁ ୬ ଜଣ ପୋଲିସ କର୍ମଚାରୀଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟ ୪ ଜଣ ଗରୁତର ଆହତ ହୋଇଛନ୍ତି ।

ଶିମଳା : ହିମାଚଳ ପ୍ରଦେଶ ଛାମ୍ବା ଜିଲ୍ଲାରେ ଶୁକ୍ରବାର ଏକ ଏସୟୁଭି ନଦୀକୁ ଖସି ପଡିବାରୁ ୬ ଜଣ ପୋଲିସ କର୍ମଚାରୀଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟ ୪ ଜଣ ଗରୁତର ଆହତ ହୋଇଛନ୍ତି ।

ମୃତ ପୋଲିସମାନେ ଦ୍ୱିତୀୟ ଭାରତୀୟ ରିଜର୍ଭ ବାଟାଲିୟନର ଥିବା ବେଳେ ସେମାନେ ଜମ୍ମୁ-କଶ୍ମୀର ସୀମା ନିକଟ ଅଂଚଳରେ ପାଟ୍ରୋଲିଂ ଡ୍ୟୁଟିରେ ଥିଲେ । ମୃତକମାନେ ହେଲେ ସବ୍‌ ଇନସ୍ପେକ୍ଟର ରାକେଶ ଗୋରା, ହେଡ କନେଷ୍ଟବଳ ପରଭୀନ, କନେଷ୍ଟବଳ କମଲଜିତ, ସଚ୍ଚୀନ, ଅଭିଷେକ ଏବଂ କନେଷ୍ଟବଳ ଲକ୍ଷ୍ୟ ।

ଡ୍ରାଇଭର ଚନ୍ଦୁରାମଙ୍କର ମଧ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଡ୍ରାଇଭର ଗାଡି ଉପରେ ନିଜର କଣ୍ଟ୍ରୋଲ ହରାଇବାରୁ ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ବିଧାୟକ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ଏହା ଓ୍ଵାର୍କ ଡିପାର୍ଟମେଣ୍ଟର ଅବହେଳା ବୋଲି କହିଛନ୍ତି ।

ଲ୍ୟାଣ୍ଡସ୍ଳାଇଡ ଯୋଗୁ ଦୁର୍ଘଟଣା ହୋଇଛି । ଉକ୍ତ ଅଂଚଳରେ ବାରମ୍ବାର ଲ୍ୟାଣ୍ଡସ୍ଲାଇଡ ହେଉଥିବାରୁ ବହୁବାର ଆବଶ୍ୟକ ପଦକ୍ଷେପ ପାଇଁ କୁହାଯାଇଛି । ହେଲେ ପଦକ୍ଷେପ ନିଆ ନଯିବା ଯୋଗୁ ଏପରି ହୋଇଛି ବୋଲି ବିଧାୟକ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.