ନକଲି ପ୍ରମାଣ ପତ୍ର ଯୋଗାଇ ମୋଟା ଅଙ୍କର ଟଙ୍କା ଲୁଟୁଥିବା ବାପାପୁଅ ଗିରଫ

ଭବାନୀପାଟଣା ସଦର ଥାନା ଗୁଏପିଟା ଗାଁର ସେମାନେ ବାସିନ୍ଦା ।ବାପା ସାପସିଲେଟ ସରକାରୀ ବିଦ୍ୟାଳୟର ଶିକ୍ଷକ ପଦ୍ମନାଭ ମହାନନ୍ଦ ଓ ପୁଅ ଡାକମାଷ୍ଟର ପ୍ରଭାତ ମହାନନ୍ଦ । ଏମାନେ ଲୋକଙ୍କୁ ଜାଲ ପ୍ରମାଣପତ୍ର ଯୋଗାଇ ଆସୁଥିବା ତଦନ୍ତ ବେଳେ ଟାଉନ ଥାନା ପୋଲିସକୁ ସୁରାକ ମିଳିବା ପରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

କଳାହାଣ୍ଡି(କେନ୍ୟୁଜ୍):  କଳାହାଣ୍ଡି ଜିଲ୍ଲାରେ ନକଲି ପ୍ରମାଣ ପତ୍ର ଯୋଗାଇ ମୋଟା ଅଙ୍କର ଟଙ୍କା ଲୁଟୁଥିବା ଅଭିଯୋଗରେ ବାପାପୁଅ ଗିରଫ । ଅଭିଯୁକ୍ତ ବାପା ବିଦ୍ୟାଳୟ ଶିକ୍ଷକ ଓ ପୁଅ ଡାକ ମାଷ୍ଟର । ଭବାନୀପାଟଣା ସଦର ଥାନା ଗୁଏପିଟା ଗାଁର ସେମାନେ ବାସିନ୍ଦା ।ବାପା ସାପସିଲେଟ ସରକାରୀ ବିଦ୍ୟାଳୟର ଶିକ୍ଷକ ପଦ୍ମନାଭ ମହାନନ୍ଦ ଓ ପୁଅ ଡାକମାଷ୍ଟର ପ୍ରଭାତ ମହାନନ୍ଦ । ଏମାନେ ଲୋକଙ୍କୁ ଜାଲ ପ୍ରମାଣପତ୍ର ଯୋଗାଇ ଆସୁଥିବା ତଦନ୍ତ ବେଳେ ଟାଉନ ଥାନା ପୋଲିସକୁ ସୁରାକ ମିଳିବା ପରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

କେଗାଁ ଥାନା କୂପଟି ଗାଁର ଛନିକ ବାଗ ଜାଲ ପ୍ରମାଣପତ୍ରରେ ଧରା ପଡିବା ପରେ ସେ ମୁହଁ ଖୋଲି ଥିଲେ । ପଦ୍ମନାଭ ମହାନନ୍ଦ ତାଂକୁ ୩୦ ହଜାର ଟଙ୍କା ନେଇ ନକଲି ପ୍ରମାଣପତ୍ର ଯୋଗାଇ ଦେଇଥିବା କଥା ପୋଲିସକୁ କହିବା ବାପ ପୁଅଙ୍କ ଗୁମର ଖୋଲି ଥିଲା । ଗ୍ରାମୀଣ ଡାକସେବକ ଭାବେ ନିୟୋଜିତ ହୋଇଥିବା ଅନେକ ପ୍ରାର୍ଥୀ ଦାଖଲ କରିଥିବା ପ୍ରମାଣପତ୍ର ନକଲି ବୋଲି ପ୍ରମାଣିତ ହେବା ପରେ ଗିରଫ ହୋଇଛନ୍ତି ଵାପ ପୁଅ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.