ଉତ୍ତରାଖଣ୍ଡ ବସ୍ ଦୁର୍ଘଟଣାରେ ଚାଲିଗଲା ୭ ତୀର୍ଥଯାତ୍ରୀଙ୍କ ଜୀବନ, ୨୭ ଆହତ
ଗୁଜୁରାଟରୁ ତୀର୍ଥଯାତ୍ରୀ ନେଇ ଆସୁଥିବା ଏକ ବସ ଉତ୍ତରାଖଣ୍ଡର ଉତ୍ତରକାଶି ଜିଲ୍ଳାରେ ଆଜି ଖାଲକୁ ଖସିପଡିବାରୁ ୭ ଜଣ ତୀର୍ଥଯାତ୍ରୀଙ୍କର ମୃତୁ୍ୟୃ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ୩୫ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବସଟି ଗଙ୍ଗୋତ୍ରୀରୁ ଆସୁଥିବା ବେଳେ ଗଙ୍ଗାଗ୍ନି ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଡେରାଡୁନ : ଗୁଜୁରାଟରୁ ତୀର୍ଥଯାତ୍ରୀ ନେଇ ଆସୁଥିବା ଏକ ବସ ଉତ୍ତରାଖଣ୍ଡର ଉତ୍ତରକାଶି ଜିଲ୍ଳାରେ ଆଜି ଖାଲକୁ ଖସିପଡିବାରୁ ୭ ଜଣ ତୀର୍ଥଯାତ୍ରୀଙ୍କର ମୃତୁ୍ୟୃ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ୩୫ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବସଟି ଗଙ୍ଗୋତ୍ରୀରୁ ଆସୁଥିବା ବେଳେ ଗଙ୍ଗାଗ୍ନି ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ସହାୟତା ଯୋଗାଇ ଦେବାକୁ କହିଛନ୍ତି ।ଉତ୍ତରକାଶୀ ଗଙ୍ଗୋତ୍ରୀ ଜାତୀୟ ରାଜପଥର ଗଙ୍ଗନାନି ନିକଟରେ ଅପରାହ୍ନ ପ୍ରାୟ ୩ଟା ବେଳେ ଏହି ଅଘଟଣ ଘଟିଛି।
ଘଟଣାସ୍ଥଳରେ ପୁଲିସ ଅଧୀକ୍ଷକ ଓ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଅଛନ୍ତି। ଘଟଣା ସମ୍ପର୍କରେ ଖବର ପାଇବା ପରେ ପ୍ରଶାସନ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦୁର୍ଘଟଣା ପରେ ଏସଡିଆରଏଫ ଓ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବସରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।