Below header

ଆସାମର ଗୌହ୍ଵାଟୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୭ ଛାତ୍ର ମୃତ

ଆସାମର ଜଲକୁବାରୀ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାରେ ୭ ଛାତ୍ର ମୃତ ଅନେକ ଆହତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଆସାମର ଗୌହ୍ଵାଟୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଭୟଙ୍କର ଦୁର୍ଘଟଣାରେ ଅତିକମରେ ୭ ଜଣଙ୍କର ଜୀବନ ଚାଲିଯାଇଛି । ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରୁଛି । ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଛାତ୍ର ବୋଲି ଜଣାପଡିଛି । ତେବେ ଦୁର୍ଘଟଣା ବିଷୟରେ ଅଧିକ କିଛି ଜଣାପଡିନାହିଁ ।

ପୋଲିସ କହିବା ଅନୁସାରେ, ଜାଲୁକବାରି ଅନ୍ତର୍ଗତ ଡିସିପି ୱେଷ୍ଟ ଅଫିସ ନିକଟରେ ରାତି ପ୍ରାୟ ୧ଟା ବେଳେ ଟ୍ରକ ଟି ଦ୍ରୁତଗତିରେ ଯାଉଥିବା ବୋଲେରୋ ଧକ୍କା ହେବାରୁ ଦୁର୍ଘଟଣା ଘଟିଲା। ବୋଲେରୋରେ ଆସାମ ଇଞ୍ଜିନିୟରିଂ କଲେଜର ୧୦ଜଣ ଛାତ୍ର ଥିଲେ। ବୋଲେରୋଟି ହଠାତ୍ ରାସ୍ତାରେ ଡିଭାଇଡରରେ ବାଜି ବୁଲିପଡିବା ସହିତ ବିପରୀତ ପଟରୁ ଆସୁଥିବା ଟ୍ରକରେ ଧକ୍କା ଖାଇଥିଲା।

ଇଞ୍ଜିନିୟରିଂ ଛାତ୍ରମାନେ ବୋଲେରୋଟି ଭଡ଼ା କରି ଗୌହ୍ଵାଟୀ ବିମାନ ବନ୍ଦର ଆଡୁ ଆସୁଥିଲେ। ବୋଲେରୋରେ ଥିବା ଛାତ୍ରଙ୍କ ମଧ୍ୟରୁ ୭ଜଣଙ୍କର ମୃତ୍ୟୁ ଘଟିଛି ଓ ୩ଜଣ ଆହତ ହୋଇଛନ୍ତି। ସେହିପରି ଟ୍ରକରେ ଥିବା ୩ଜଣ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି।
ଆହତମାନଙ୍କୁ ଗୌହାଟି ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ପ୍ରାଣହରାଇଥିବା ଛାତ୍ରଙ୍କ ପାଇଁ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଗଭୀର ଶୋକବ୍ୟକ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.