Below header

ଆମେରିକା: କ୍ରିସମସ୍‌ ପରେଡ ଚାଲିଥିବା ବେଳେ ଲୋକଙ୍କ ଉପରେ ମାଡିଗଲା ଗାଡି, ଦେଖନ୍ତୁ ଭିଡିଓ

ଯୁକ୍ତରାଷ୍ଟ୍ର ଆମେରିକାର ୱିଜ୍‌କନ୍‌ସିନ୍‌ରେ ରବିବାର ସନ୍ଧ୍ୟାରେ ଚାଲିଥିବା ବଡ଼ଦିନ ପରେଡରେ ଗାଡି ମାଡିଯିବାରୁ ଅନେକ ମୃତ୍ୟୁବରଣ କରିଥିବା ବେଳେ ଆହତ ମଧ୍ୟ ଅନେକ ହୋଇଛନ୍ତି। ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ବେଳେ ଗାଡି ମାଡିଯିବାର ଭିଡିଓ ଭାଇରଲ ହେଉଛି। ଘଟଣା ମୁତାବକ, ଠିକ୍‌ ଅପରାହ୍ଣ ୪.୩୦ ପରେ ଏହି ଘଟଣା ଘଟିଛି। ସେହି ବାର୍ଷିକ ପରେଡ୍‌କୁ ମିଲ୍ୱାଉକି ଉପନଗରୀ ୱାଉକେସାର ଅନେକ ଲୋକ ଦେଖୁଥିଲେ। କେତେ ଜଣଙ୍କର ପ୍ରାଣହାନୀ ଘଟିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସାମ୍ବାଦିକମାନଙ୍କୁ ପୋଲିସ ମୁଖ୍ୟ ଡାନ୍‌ ଟମ୍ପ୍‌ସନ୍‌ କହିଛନ୍ତି, ୱାଉକେସା ବଡ଼ଦିନ ପରେଡ୍‌ ଚାଲିଥିବା ବେଳେ ନଗରୀର ମୁଖ୍ୟ ରାସ୍ତାରେ ପଶ୍ଚିମ ଦିଗକୁ ଯାଉଥିବା ଗୋଟାଏ ଲାଲ୍‌ ରଙ୍ଗର ଏସୟୁଭି ବାରିକେଡ୍‌ ଭାଙ୍ଗି ମାଡ଼ି ଆସିଲା। ଗାଡ଼ିଟି ପିଲାଙ୍କ ସମେତ ୨୦ରୁ ଅଧିକ ଲୋକଙ୍କୁ ଧକ୍କା ଦେଇଛି। ଗାଡ଼ି ଚାପାରେ କିଛି ଲୋକଙ୍କର ମୃତ୍ୟୁ ମଧ୍ୟ ଘଟିଛି। ହସପିଟାଲରେ ଭର୍ତ୍ତି ହୋଇଥିବା ୨୩ ଜଣଙ୍କ ମଧ୍ୟରେ ୧୨ ଜଣ ପିଲା ରହିଛନ୍ତି। ଘଟଣାରେ ଜଣକୁ ଗିରଫ କରାଯିବା ସହିତ ଗାଡ଼ିଟିକୁ ମଧ୍ୟ ପୁଲିସ ଉଦ୍ଧାର କରିଛି।

ପୋଲିସ କର୍ତ୍ତୃପକ୍ଷମାନେ କହିଛନ୍ତି କି, ମାଡ଼ି ଆସୁଥିବା ଗାଡ଼ିଟିକୁ ଅଟକାଇବାକୁ ଉଦ୍ୟମ କରି ପୋଲିସ ଗୁଳି ମଧ୍ୟ ଚଳାଇଥିଲା।ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.