ସିଦ୍ଧୁ ମୁସେଓ୍ଵାଲାଙ୍କ ଘରକୁ ଆସିବ କୁନି ଅତିଥି, ଖୁସି ଖବର ଦେବେ ସିଦ୍ଧୁଙ୍କ ମା’

୬୦ ବର୍ଷ ପାଖାପାଖି ବୟସ ଥିବା ସିଦ୍ଧୁଙ୍କ ମା' ଚରଣ କୌର ସିଂହ ଆଇଭିଏଫ୍ ଟେକ୍ନିକ୍ ଜରିଆରେ ସେ ନିଜ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ଏଥିପାଇଁ ସେ ସ୍ୱତନ୍ତ୍ର ଡାକ୍ତରଙ୍କ ଦେଖାରେଖାରେ ଅଛନ୍ତି। ସିଦ୍ଧୁ ମୁସେଓ୍ୱାଲାଙ୍କ ବଡ ବାପା ଚମକୌର୍ ସିଂହ ଖୋଦ୍ ଏନେଇ ସୂଚନା ଦେଇଛନ୍ତି ।

ପଞ୍ଜାବର ଦିବଙ୍ଗତ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେଓ୍ୱାଲାଙ୍କ ମା’ ପୁଣି ଥରେ ମା’ ହେବାକୁ ଯାଉଛନ୍ତି । ସିଦ୍ଧୁଙ୍କ ମା’ ଚରଣ କୌର ଗର୍ଭବତୀ ଥିବା ଖବର ମିଳିଛି । ରିପୋର୍ଟ ଅନୁସାରେ ଚରଣ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି । ସିଦ୍ଧୁ ମୁସେଓ୍ଵାଲା ବାପା ମା’ଙ୍କ ଏକମାତ୍ର ସନ୍ତାନ ଥିଲେ । କିନ୍ତୁ ଏନେଇ ସିଦ୍ଧୁ ମୁସେଓ୍ଵାଲାଙ୍କ ବାପା-ମା ତରଫରୁ କୌଣସି ଅଫିସିଆଲ ବାନ ଆସିନାହିଁ ।

ସୂଚନା ମୁତାବକ, ୬୦ ବର୍ଷ ପାଖାପାଖି ବୟସ ଥିବା ସିଦ୍ଧୁଙ୍କ ମା’ ଚରଣ କୌର ସିଂହ ଆଇଭିଏଫ୍ ଟେକ୍ନିକ୍ ଜରିଆରେ ସେ ନିଜ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ଏଥିପାଇଁ ସେ ସ୍ୱତନ୍ତ୍ର ଡାକ୍ତରଙ୍କ ଦେଖାରେଖାରେ ଅଛନ୍ତି। ସିଦ୍ଧୁ ମୁସେଓ୍ୱାଲାଙ୍କ ବଡ ବାପା ଚମକୌର୍ ସିଂହ ଖୋଦ୍ ଏନେଇ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ୨୯ ମଇ ୨୦୨୨ରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ପାଇଁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଏବଂ ଲରେନ୍ସ ବିଷ୍ଣୋଇ ନିଜକୁ ଦାୟୀ କରିଥିଲେ ।  ଏପର୍ଯ୍ୟନ୍ତ ଏହି ମାମଲାରେ ୨୫ ଅଭିଯୁକ୍ତକୁ ଗିରଫ କରାଯାଇଛି । ତାଙ୍କର ଅନେକ ଫ୍ୟାନ୍‌ ଫଲୋଇଂ ରହିଛନ୍ତି ।ତାଙ୍କ ବାପା-ମା’ଙ୍କର ସେ ଏକମାତ୍ର ସନ୍ତାନ ଥିଲେ । ଏହି କାରଣରୁ ସିଦ୍ଧୁଙ୍କ ମା’ ଆଇଭିଏଫ ଟେକ୍ନୋଲୋଜି ସାହାଯ୍ୟରେ ଗର୍ଭଧାରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କ ବାପା ୨୦୨୨ରେ କଂଗ୍ରେସ ତରଫରୁ ପଞ୍ଜାବ ବିଧାନସଭା ପାଇଁ ନିର୍ବାଚନ ଲଢିଥିଲେ କିନ୍ତୁ ହାରିଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.