Below header

ହାଇଦ୍ରାବାଦ ଏନକାଉଣ୍ଟର ମାମଲାରେ ଆଜି ହାଇକୋର୍ଟରେ ହେବ ଶୁଣାଣି, ଘଟଣାର ତଦନ୍ତ କରିବ ଏସଆଇଟି

ହାଇଦ୍ରାବାଦ : ହାଇଦ୍ରାବାଦ ଏନକାଉଣ୍ଟର ମାମଲାରେ ଆଜି ହାଇକୋର୍ଟରେ ହେବ ଶୁଣାଣି। ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ପରେ ହତ୍ୟା ମାମଲାରେ ତେଲଙ୍ଗାନା ହାଇକୋର୍ଟରେ ଶୁଣାଣି ହେବ। ଏହାସହ ଏନକାଉଣ୍ଟର ମାମଲାର ତଦନ୍ତ କରିବ ଏସଆଇଟି। ତେଲଙ୍ଗାନା ସରକାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେବା ପରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ରଚକୋଣ୍ଡା ପୋଲିସ କମିସନରେଟର ପୋଲିସ କମିସନରଙ୍କ ନେତୃତ୍ୱରେ ୭ଜଣିଆ ଦଳ ଗଠନ ହୋଇଛି। ସାମସାବାଦ ନିକଟ ଚେତନାପଲ୍ଲୀ ଠାରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାର ଚାରି ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ। ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ପରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ଅଭିଯୁକ୍ତଙ୍କୁ ସାମସାବାଦ ପୋଲିସ ଷ୍ଟେସନରୁ ଗଣଦୁଷ୍କର୍ମ ଘଟଣାସ୍ଥଳକୁ ନିଆଯାଇଥିବା ବେଳେ ସେମାନେ ପୋଲିସ ଉପରେ ଆକ୍ରମଣ କରି ଖସିବାକୁ ଚେଷ୍ଟା କରିଥିଲେ । ପରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଥିଲା। ଅଭିଯୁକ୍ତଙ୍କ ଏନକାଉଣ୍ଟରରେ ଜଡ଼ିତ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ତଦନ୍ତ କରିବ ଏସଆଇଟି। ଏନକାଉଣ୍ଟର ସ୍ଥଳରେ ଥିବା ପୋଲିସ ଅଧିକାରୀଙ୍କୁ ମଧ୍ୟ ତଦନ୍ତ ପରିସର ଭୂକ୍ତ କରାଯିବ। ସେପଟେ ଆଜି ସଂଧ୍ୟା ୬ଟା ସୁଦ୍ଧା ୪ ଅଭିଯୁକ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଓ ଏହାର ଭିଡ଼ିଓଗ୍ରାଫି ମେହବୁବନଗର ଜିଲ୍ଲା କୋର୍ଟରେ ଦାଖଲ କରିବ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.