ଓଡ଼ିଶା ପୋଲିସର ନୂଆ ଡିଜି ୧୯୮୬ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଅଭୟ, ଆଜି କେନ୍ଦ୍ରୀୟ ଡେପୁଟେସନରୁ ଫେରି ଗ୍ରହଣ କରିବେ କାର୍ଯ୍ୟଭାର

ଓଡ଼ିଶା ପୋଲିସର ନୂଆ ଡିଜି ୧୯୮୬ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଅଭୟ। ଆଜି କେନ୍ଦ୍ରୀୟ ଡେପୁଟେସନରୁ ଫେରି ସେ ପୋଲିସ ଡିଜି ଭାବରେ କାର୍ଯ୍ୟଭାର ଗ୍ରହଣ କରିବେ। ଅଭୟ ହାଇଦ୍ରାବାଦରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିଲେ। ଗତ ନଭେମ୍ବର ୨୦ ତାରିଖରେ ଅଭୟଙ୍କୁ ଓଡ଼ିଶା ପୋଲିସର ଡିଜି ଭାବେ ନିଯୁକ୍ତି ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର।

ଏବେ ସତ୍ୟଜିତ ମହାନ୍ତି ଡିଜିପି ଭାବେ ଦାୟିତ୍ୱ ତୁଲାଉଛନ୍ତି। ସତ୍ୟଜିତଙ୍କଠାରୁ ପୋଲିସ ଡିଜି ଦାୟିତ୍ୱ ଗ୍ରହଣ କରିବେ ଅଭୟ। ତାଙ୍କ ଆଗରେ ରହିବ ଅନେକ ଚ୍ୟାଲେଞ୍ଜ। ଅପରାଧ ନିୟନ୍ତ୍ରଣ, ମହିଳା ସୁରକ୍ଷା, ସାଇବର୍‌ କ୍ରାଇମ୍‌ ରୋକିବା ଓ ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଫୋକସ୍‌ ରହିବ। ସେହିପରି ଆନ୍ତଃରାଜ୍ୟ ସମନ୍ଵୟ ରଖି ମାଓବାଦୀ ମୁକାବିଲା କ୍ଷେତ୍ରରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ନୂଆ ପୋଲିସ ଡିଜିଙ୍କ ପାଇଁ ଏକ ଚ୍ୟାଲେଞ୍ଜ। ପୋଲିସ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ସହ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବା ଦିଗକୁ ଅଧିକ ଧ୍ୟାନ ଦେଇ ପାରନ୍ତି ନୂଆ ପୋଲିସ ଡିଜି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.