Below header

ଏଠାରେ ମାସ ମାସ ଧରି ଶୋଇରୁହନ୍ତି ଲୋକେ, ବୈଜ୍ଞାନିକମାନେ ବି ବୁଝିପାରିଲେନି ରହସ୍ୟ

ରାମାୟଣର ଚରିତ୍ର କୁମ୍ଭକର୍ଣ୍ଣ ବିଷୟରେ ତ ଆପଣ ନିଶ୍ଚୟ ଶୁଣିଥିବେ । ରାବଣର ଏହି ଭାଇ ଲଗାତାର ଭାବେ ୬ ମାସ ପର୍ଯ୍ୟନ୍ତ ଶୋଇ ରହୁଥିଲେ ଏବଂ ଉଠିବା ପରେ ୬ ମାସ ପର୍ଯ୍ୟନ୍ତ ଲଗାତାର ଖାଉଥିଲେ । ଠିକ ଏପରି ଦେଖିବାକୁ ମିଳିଛି ଏକ ଗ୍ରାମରେ ଯେଉଁଠି ଲୋକମାନେ ମାସ ମାସ ଧରି ଶୋଇ ରହିଥାନ୍ତି କିନ୍ତୁ ଏହାର କାରଣ ଆଜିପର୍ଯ୍ୟନ୍ତ କାହାକୁ ଜଣାପଡିନାହିଁ ।

ସୂଚନା ଅନୁଯାୟୀ କାଜାକିସ୍ଥାନର କଲାଚି ଅଂଚଳରେ ଅବସ୍ଥିତ । ଏହି ଗ୍ରାମ ସ୍ଲିପି ହ୍ୟାଲ ନାମରେ ପ୍ରସିଦ୍ଧ । ଏହି ଗ୍ରାମର ଲୋକମାନଙ୍କ ନିଦ ମାସକ ପରେ ଭାଙ୍ଗିଥାଏ ଯାହାକି ଆଜିପର୍ଯ୍ୟନ୍ତ ଏକ ରାଜ ହୋଇ ରହିଛି । ଏଠାରେ ଗତ ୬ ବର୍ଷ ଧରି ଏପରି ହୋଇଆସୁଛି । ବୈଜ୍ଞାନିକମାନେ ମଧ୍ୟ ଏହା ପଛର କାରଣ ଆଜିପର୍ଯ୍ୟନ୍ତ ବୁଝିପାରୁନାହାନ୍ତି ।

Image result for Sleep

ଏହି ରୋଗ ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ମାନଙ୍କ ଅନୁଯାୟୀ ଏଠାକାର ଲୋକଙ୍କ ମସ୍ତିଷ୍କରେ ଏକ ପ୍ରକାର ତରଳ ପଦାର୍ଥର ମାତ୍ର ଅଧିକ ରହିଥାଏ ଯେଉଁ କାରଣରୁ ଏହି ଲୋକମାନେ ଏପରି ଏକ ଆଶ୍ଚର୍ଯ୍ୟକର ରୋଗରେ ପୀଡିତ ହେଉଛନ୍ତି । ୨୦୧୬ ମସିହାରୁ ନେଇ ଆଜି ପର୍ଯ୍ୟନ୍ତ ଏହି ଗ୍ରାମର ୧୪ ପ୍ରତିଶତ ଲୋକ ଏହି ରୋଗରେ ପୀଡିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.