କିସ୍‌ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ପ୍ରଦ୍ୟୁମ୍ନ କିଶୋର ବଳଙ୍କ ୨୦ତମ ଶ୍ରାଦ୍ଧ ବାର୍ଷିକୀ, ଯୋଗ ଦେଲେ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ

ଭୁବନେଶ୍ବର(କେନ୍ୟୁଜ୍):  କିସ୍‌ ବିଶ୍ୱବିଦ୍ୟାଳୟରେ ପାଳିତ ହୋଇଛି ପ୍ରଦ୍ୟୁମ୍ନ କିଶୋର ବଳଙ୍କ ୨୦ତମ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ କିଟ ଓ କିସ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ଯୋଗ ଦେଇ ପ୍ରଦ୍ୟୁମ୍ନ ବଳଙ୍କ ସ୍ମୃତିଚାରଣ କରିଥିଲେ । ଡକ୍ଟର ସାମନ୍ତ କହିଥିଲେ, ପ୍ରଦ୍ୟୁମ୍ନ ବଳଙ୍କ ରାଜନୈତିକ ଦୃଷ୍ଟିଭଙ୍ଗୀ ସହ ଜନସାଧାରଣଙ୍କ ପାଇଁ ତାଙ୍କ ହୃଦୟରେ ଥିବା ଭଲ ପାଇବା ହିଁ ତାଙ୍କୁ ଜଣେ ଶ୍ରେଷ୍ଠ ମଣିଷ ଭାବରେ ଗଢି ତୋଳିଥିଲା। କାର୍ଯ୍ୟକ୍ରମରେ କିସ୍‌ ବିଶ୍ୱବିଦ୍ୟାଳୟର ସେକ୍ରେଟାରୀ ଆର. ଏନ୍‌. ଦାସ, କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ମୁଖ୍ୟ କାଯ୍ୟନିର୍ବାହୀ ଅଧିକୀର ଡ. ପି.କେ. ରାଉତରାୟଙ୍କ ସହ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.