Below header

ପ୍ରକାଶ ପାଇଲା ଫୋବର୍ସ ଇଣ୍ଡିଆ ଅଧିକ ରୋଜଗାର କରୁଥିବା ସେଲିବ୍ରିଟିଙ୍କ ତାଲିକା, ଟପ୍‌ ୧୦୦ ମଧ୍ୟରେ ଅଛନ୍ତି ଛୋଟପରଦାର ଇସି ମା’

ଫୋବର୍ସ ଇଣ୍ଡିଆ ତରଫରୁ ୨୦୧୯ ମସିହାର ୧୦୦ ସବୁଠାରୁ ଅଧିକ ରୋଜଗାର କରୁଥିବା ସେଲିବ୍ରିଟିଙ୍କ ତାଲିକା ପ୍ରକାଶ ପାଇଛି। ଫିଲ୍ମ ଦୁନିଆର ଅନେକ କଳାକାର ଏହି ତାଲିକାରେ ସାମିଲ ହୋଇଛନ୍ତି। ଏହି ଲିଷ୍ଟରେ କ୍ରୀଡ଼ା ଜଗତର ବହୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ ମଧ୍ୟ ଅଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଭାବେ ଛୋଟପରଦାର ବହୁ ନାଁ ମଧ୍ୟ ଚଳିତ ଫୋବର୍ସ ତାଲିକାରେ ସ୍ଥାନ ପାଇଛି। ୨୫୦ କୋଟିରୁ ଅଧିକ ରୋଜଗାର କରି ବିରାଟ କୋହଲି ଏଥରକ ଅକ୍ଷୟ କୁମାର ଓ ସଲମାନ ଖାନ୍‌ଙ୍କୁ ପଛରେ ପକାଇ ଫୋବର୍ସ ତାଲିକାରେ ୧ ନମ୍ବର ସ୍ଥାନରେ ଅଛନ୍ତି। ଆସନ୍ତୁ ଜାଣିବା ଫୋବର୍ସ ତାଲିକାରେ ଛୋଟ ପରଦାର କେଉଁ କେଉଁ ସେଲିବ୍ରିଟି ସ୍ଥାନ ପାଇଛନ୍ତି …

ନେହା କକ୍କଡ଼

ଗାୟିକା ନେହା କକ୍କଡ଼ଙ୍କୁ କିଏ ବା ନ ଜାଣେ। ବର୍ତ୍ତମାନ ନେହା ଇଣ୍ଡିଆନ୍‌ ଆଇଡଲରେ ଜଜ୍‌ ଭୂମିକାରେ ନଜର ଆସୁଛନ୍ତି। ଫୋବର୍ସ ତାଲିକାରେ ନେହା ୨୯ ନମ୍ବରରେ ଅଛନ୍ତି। ୨୦୧୯ ମସିହାରେ ଏହି ସିଙ୍ଗର ୨୫ କୋଟି ଟଙ୍କା ରୋଜଗାର କରିଛନ୍ତି। ଟିଭି ଷ୍ଟାରଙ୍କ ମଧ୍ୟରେ ଏହି ଲିଷ୍ଟରେ ନେହା ସବୁଠାରୁ ଉପରେ ଅଛନ୍ତି।

ସନ୍ନି ଲିଓନି

ସ୍ପିଲ୍ଟ ଭିଲା ୧୨କୁ ହୋଷ୍ଟ କରି ସନ୍ନି ଲିଓନି ଛୋଟ ପରଦାରେ ସକ୍ରିୟ ଅଛନ୍ତି। କେବଳ ସିରିୟଲ ନୁହେଁ କେତେକ ଆଡ୍‌ ଓ ଆଇଟମ୍‌ ଗୀତରେ ନୃତ୍ୟ କରି ୨୦୧୯ ମସିହାରେ ସନ୍ନି ୨.୫ କୋଟି ଟଙ୍କା ରୋଜଗାର କରିଛନ୍ତି। ଫୋବର୍ସ ତାଲିକାରେ ସେ ୪୮ ନମ୍ବରରେ ଅଛନ୍ତି।

କପିଲ ଶର୍ମା

୨୦୧୯ ମସିହାରେ ୩୪.୦୮ କୋଟି ଟଙ୍କା ରୋଜଗାର କରି କପିଲ ଶର୍ମା ଫୋବର୍ସ ତାଲିକାରେ ୫୩ ନମ୍ବର ସ୍ଥାନରେ ଅଛନ୍ତି। ଚଳିତବର୍ଷ କପିଲ ଶର୍ମାଙ୍କ ଶୋ’ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲା।

ସଞ୍ଜିବ କପୁର

ସଞ୍ଜିବ କପୁର ଟେଲି ଜଗତର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ବିଭିନ୍ନ ରୋଷେଇଭିତ୍ତିକ କାର୍ଯ୍ୟକ୍ରମରେ ଜଜ୍‌ ଭାବେ କାମ କରି ସେ ଫୋବର୍ସ ତାଲିକାରେ ୭୩ ନମ୍ବର ସ୍ଥାନରେ ଅଛନ୍ତି। ଚଳିତବର୍ଷ ତାଙ୍କ ରୋଜଗାର ୨୪.୮ କୋଟି ଥିଲା।

ଦିବ୍ୟାଙ୍କା ତ୍ରିପାଠୀ

ଛୋଟ ପରଦାର ଲୋକପ୍ରିୟ ବୋହୂ ଇସିତା ବା ୟେ ହେ ମୋହାବତେଁର ଇସିମା’ ଭାବେ ପରିଚିତ ଦିବ୍ୟାଙ୍କା ତ୍ରିପାଠୀ ଚଳିତଥର ଫୋବର୍ସ ତାଲିକାରେ ୭୯ ତମ ସ୍ଥାନରେ ଅଛନ୍ତି। ୨୦୧୯ ମସିହାରେ ଏହି ଅଭିନେତ୍ରୀଙ୍କ ରୋଜଗାର ଥିଲା ୧.୪୬ କୋଟି। ବର୍ତ୍ତମାନ ଦିବ୍ୟାଙ୍କା ଦ ଭଏସ୍‌ ସିରିୟଲ୍‌କୁ ହୋଷ୍ଟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.