Below header

କୁକୁର ଚଲେଇଲା SUV, ସହରର ଭିଡ଼କୁ ମାତ୍ର କେଇ ମିନିଟ୍‌ରେ କଲା ପାର, ଦେଖନ୍ତୁ ଭିଡିଓ

ଏକ ଛୋଟ କୁକୁର ଆମେରିକା ଭଳି ବଡ଼ ସହରରେ କରିଛି ହଙ୍ଗାମା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। କୁକୁରଟି ନିଜ କାରିନାମା ପାଇଁ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଏକ ଛୋଟ କୁକୁର SUV ଗାଡ଼ିକୁ ବୁଲାଇ ଏକ ଚାରିଥାକିଆ ରାସ୍ତା ପାର କରୁଥିବା ଦେଖିବାକୁ ମିଳିଛି। ଭିଡିଓକୁ ଦେଖିବା ପରେ ଲୋକେ ନିଜ ଆଖି ଉପରେ ବିଶ୍ୱାସ କରିପାରୁନାହାନ୍ତି।

ଦେଖନ୍ତୁ ଭିଡିଓ:

Video courtesy: Slidell Police Department

ଭିଡିଓଟି ଭାଇରାଲ ହେବା ପରେ ସତ ସାମ୍ନାକୁ ଆସିଛି। ସ୍ଲିଡେଲ ପୋଲିସ ବିଭାଗର ଏକ ପୋଷ୍ଟ ମୁତାବକ, ଚିହୁଆହୁଆ ପ୍ରଜାତିର ଏହି କୁକୁର SUV ଭିତରେ ଥିଲା ଓ ମାଲିକ ପେଟ୍ରୋଲ ପମ୍ପରେ ଗ୍ୟାସ୍‌ ଭରୁଥିଲେ। ଏହି ସମୟରେ ହଠାତ୍‌ କୁକୁରଟି ଗାଡିର ଷ୍ଟିୟରିଂ ମୋଡ଼ି ଗାଡ଼ିକୁ ରିଭର୍ସ କରି ରାସ୍ତା ପାରିହୋଇଯାଇଥିଲା।

ଏହାସହ ପଢ଼ନ୍ତୁ: ଆଶ୍ଚର୍ଯ୍ୟ ! ଜନ୍ମ ହେବାର ମାତ୍ର କିଛି ସମୟ ପରେ ଚାଲିବାକୁ ଲାଗିଲା ନବଜାତ, ଦେଖନ୍ତୁ ଭିଡିଓ

ପୋଲିସ ବିଭାଗ ପକ୍ଷରୁ ଘଟଣାର ଲାଇଭ୍‌ ଭିଡିଓ ସେୟାର କରାଯାଇ କୁହାଯାଇଛି ଯେ ମାତ୍ର ୫ ପାଉଣ୍ଡ ଓଜନ ବିଶିଷ୍ଟ ଏହି ଚିହୁଆହୁଆ ଗାଡ଼ିର ଷ୍ଟିୟରିଂ ମୋଡ଼ି ତାହାକୁ ବ୍ୟାକ୍‌ କରାଇଛି। ମାତ୍ର ଏଥିରେ କୌଣସି ଦୁର୍ଘଟଣା ହୋଇନାହିଁ। ଭିଡିଓରେ ଗାଡ଼ି ମାଲିକ ଗାଡ଼ିର ଡୋର୍‌ ଖୋଲିବାକୁ ଦୌଡ଼ୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଭିଡିଓ ସେୟାର ହେବା ପରେ ଲୋକେ ଖୁବ୍‌ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି ଚିହୁଆହୁଆର ଉନ୍ନତମାନର ଡ୍ରାଇଭିଂ ସ୍କିଲ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.