Below header

ହସ୍ପିଟାଲର ସର୍ଜିକାଲ ଓ୍ଵାର୍ଡରେ ପସିଗଲା ବଡ଼ ସାପ, ଭୟରେ ଥରିବାକୁ ଲାଗିଲେ ରୋଗୀ

ବିହାରର ନଓ୍ଵାଦ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜିଲ୍ଲାର ସଦର ହସ୍ପିଟାଲରେ ଏଥିପାଇଁ ଆତଙ୍କ ସୃଷ୍ଟି ହୋଇଛି। ଏହି ହସ୍ପିଟାଲର ସର୍ଜିକାଲ ଓ୍ଵାର୍ଡରୁ ଏକ ବିଶାଳ ସାପ ପସିଯାଇଥିଲା, ତେଣୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଓ୍ଵାର୍ଡରେ ଭର୍ତ୍ତି ହୋଇଥିବା ରୋଗୀ ସାପ ଦେଖି ଭୟଭୀତ ହୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। କିନ୍ତୁ ସେମାନେ କୌଣସି ପଦକ୍ଷେପ ନେଇନଥିଲେ। ପରେ ରୋଗୀମାନଙ୍କ ଆଟେଣ୍ଟାଣ୍ଡଙ୍କ ପକ୍ଷରୁ ପାଟିତୁଣଡ ହେବାରୁ ହସପିଟାଲ କର୍ତ୍ତୃପକ୍ଷ ବନ ବିଭାଗକୁ ସୂଚନା ଦେବା ପରେ ସାପକୁ ବାହାର କରାଯାଇଥିଲା।

ସୂଚନା ମୁତାବକ, ନଓ୍ଵାଦା ସଦର ହସ୍ପିଟାଲର ସର୍ଜିକାଲ ଓ୍ଵାର୍ଡରେ କାନ୍ଥକୁ ଲାଗିଥିବା ବେଡ୍‌ ତଳେ ଏକ ସାପ ଦେଖିବାକୁ ମିଳିଥିଲା। ସାପକୁ ଦେଖିବା ପରେ ରୋଗୀଙ୍କ ମଧ୍ୟରେ ଆତଙ୍କ ଖେଳିଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏ ନେଇ ସୂଚନା ଦିଆଯାଇଥିଲା କିନ୍ତୁ ସେମାନେ କୌଣସି ପଦକ୍ଷେପ ନେଇନଥିଲେ। କର୍ତ୍ତୃପକ୍ଷଙ୍କ ଅବଳୋ ଯୋଗୁଁ ହୁଏତ କାହା ଜୀବନ ମଧ୍ୟ ଚାଲିଯାଇପାରିଥାନ୍ତି। ତେବେ ରୋଗୀଙ୍କ ପରିଜନ ଏ ନେଇ ପାଟିତୁଣ୍ଟ କରିବା ପରେ ବନ ବିଭାଗକୁ ସୂଚନା ଦିଆଯାଇଥିଲା। ତା’ ପରେ ବନ ବିଭାଗ କର୍ମଚାରୀ ଆସି ସାପକୁ ଉଦ୍ଧାର କରିଥିଲେ।

ସାପ ହସପିଟାଲ ପାଖରେ ଥିବା ଏକ ବିଲରୁ ସର୍ଜିକାଲ ଓ୍ଵାର୍ଡର କରିଡରକୁ ଆସି ପସିଯାଇଥିବା ଜଣାପଡିଛି। ପୂର୍ବରୁ ଅନେକ ଥର ସାପକୁ ଦେଖିବାକୁ ମିଳିଥିଲା। କିନ୍ତୁ ହସପିଟାଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇନଥିଲେ। ଏହି ହସପିଟାଲରେ ଚରମ ଅବହେଳା ହେଉଥିବା ରୋଗୀ ଅଭିଯୋଗ ମଧ୍ୟକରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.