Below header

ଏହି ଦେଶକୁ ଆସିଗଲେ ଏତେ ଝିଣ୍ଟିକା ଯେ ଲଗାଇବାକୁ ପଡିଲା ରାଷ୍ଟ୍ରୀୟ ଏମର୍ଜେନ୍ସି

ଆଫ୍ରିକାର ଦେଶ ସୋମାଲିଆରେ ଝିଣ୍ଟିକା ମାନଙ୍କ ଆକ୍ରମଣକୁ ନେଇ ରବିବାର ରାଷ୍ଟ୍ରୀୟ ଆପାତ ବା ନେସନାଲ ଏମର୍ଜେନ୍ସି ଘୋଷଣା କରାଯାଇଛି । କାରଣ ଏହି କୀଟ ଦୁନିଆର ସବୁଠାରୁ ଗରିବ ଦେଶର ଖାଦ୍ୟ ଯୋଗାଣକୁ ବହୁତ କ୍ଷତି ପହଞ୍ଚାଉଛନ୍ତି । ତେବେ କୃଷି ମନ୍ତ୍ରଣାଳୟ ଏହି କୀଟର ଆକ୍ରମଣକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ଜରୁରୀକାଳୀନ ସେବା ଘୋଷଣା କରିଛି । ଏହି ଆକ୍ରମଣ ସୋମାଲିଆର ଦୁର୍ବଳ ଖାଦ୍ୟ ସୁରକ୍ଷା ସ୍ଥିତି ଉପରେ ଏକ ବଡ଼ ବିପଦ ସୃଷ୍ଟି କରିଛି ।

Image result for grasshoppers"

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ଋତୁରେ ଝିଣ୍ଟିକା ମାନଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି ଏବଂ ସୋମାଲୀଆରେ ନେସନାଲ ଏମର୍ଜେନ୍ସି ଘୋଷଣା କରିବାର ଲକ୍ଷ ଏହି କୀଟ ମାନଙ୍କ ଦାଉରୁ ରକ୍ଷା ପାଇବା । ତେବେ ଏକ କୀଟ ପାଇଁ ନେସନାଲ ଏମର୍ଜେନ୍ସି ଘୋଷଣା କରିବାରେ ଏହା ହେଉଛି ପ୍ରଥମ ଦେଶ । ଗତ ୨୫ ବର୍ଷ ଧରି ଝିଣ୍ଟିକାମାନେ ଏହି ଦେଶର ଅବସ୍ଥା ବହୁତ ଖରାପ କରି ରଖିଛନ୍ତି ।

କୃଷି ମନ୍ତ୍ରାଳୟର କହିବା ଅନୁଯାୟୀ ‘ବର୍ତ୍ତମାନ ଲୋକମାନଙ୍କର ଖାଦ୍ୟ ସ୍ରୋତ ଏବଂ ପଶୁମାନଙ୍କର ଚେର ବହୁତ ବିପଦରେ ରହିଛି’ । ଏହି କୀଟ ରେଡ ସି ପାର କରି ୟମାନର ପୂର୍ବ ଆଫ୍ରିକାରୁ ଆସିଛନ୍ତି । ୨୦୧୯ର ଶେଷ ବର୍ଷା ପରଠାରୁ ଏପରି ହୋଇଛି । ତେବେ ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ ସେହି ସମୟ ଝିଣ୍ଟିକା ମାନଙ୍କର ବଂଶବୃଦ୍ଧି ପାଇଁ ବହୁତ ଅନୁକୂଳ ହୋଇଥାଏ ।

Image result for grasshoppers"

ସୂଚନା ଅନୁଯାୟୀ ଏକ ଝିଣ୍ଟିକା ଗୋଟିଏ ଦିନରେ ୧୫୦ କିଲୋମିଟର ଦୂର ଅତିକ୍ରମ କରିପାରିବ ଏବଂ ପ୍ରତ୍ୟେକ ଝିଣ୍ଟିକା ଗୋଟିଏ ଦିନରେ ନିଜ ଓଜନର ଶସ୍ୟ ଖାଇଥାଏ । ଗତବର୍ଷ ଡିସେମ୍ବର ମାସରେ ଝିଣ୍ଟିକାଙ୍କ ଏକ ଦଳ ଇଥିଓପିଆରେ ଏକ ପ୍ୟାସେଞ୍ଜର ପ୍ଲେନକୁ ନିଜ ରାସ୍ତାରୁ ହଟାଇ ଦେଇଥିଲେ । ଏହି ଝିଣ୍ଟିକା ପ୍ଲେନର ଇଂଜିନ ମଧ୍ୟରେ ପଶି ଏହାର windମ୍ପhieଝd ଏବଂ ଆଗର କିଛି ଅଂଶକୁ ନଷ୍ଟ କରି ଦେଇଥିଲେ । ଯଦିଓ ପରେ ପ୍ଲେନଟି ଠିକଭାବେ ନିଜର ରାଜଧାନୀ Addis Ababaରେ ଲ୍ୟାଣ୍ଡ କରିପାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.