ଦେଖୁ ଦେଖୁ ଶିଳ୍ପା ଚୋବାଇ ପକାଇଲେ ଜୋତାର ହାଇ ହିଲ୍‌! ଆପଣ ବି ଆଚମ୍ବିତ ହୋଇଯିବେ, ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଫିଲ୍ମ ଦୁନିଆରୁ ପାଖାପାଖି ୬ ବର୍ଷ ହେବ ଦୂରେଇ ଯାଇଛନ୍ତି। କିନ୍ତୁ ଟେଲିଭିଜନ ଦୁନିଆରେ ସେ ସବୁବେଳେ ପ୍ରାୟତଃ ଦେଖାଯାଇଥାଆନ୍ତି। ନିଜର ବ୍ୟାୟାମ ଭିଡିଓ ଏବଂ ଫଟୋଗୁଡ଼ିକୁ ନେଇ ଚର୍ଚ୍ଚାରେ ରହୁଥିବା ଏହି ଅଭିନେତ୍ରୀ ଖାଦ୍ୟପେୟର ମଜା ନେଉଥିବାର ବି କେବେ କେବେ ସୋସିଆଲ ମିଡିଆରେ ନଜର ଆସନ୍ତି। ତାଙ୍କର ଏମିତି ଏକ ଝଲକ୍‌ ଏବେ ସାମ୍ନାକୁ ଆସିଛି, ଯାହାକୁ ଶିଳ୍ପା ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭିଡିଓରେ ସେ ଏକ ଜୋତାର ହାଇ ହିଲ୍‌ ଖାଉଥିବାର ଦେଖିବାକୁ ମିଳୁଛି।

ଆପଣଙ୍କୁ କହି ରଖୁଛୁ କି, ଏହା ବାସ୍ତବରେ ଖାଇବା ବାଲା ଜୋତା। ଏହି କଥାକୁ ଶିଳ୍ପା ଭିଡିଓର କ୍ୟାପ୍‌ସନରେ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ‘ଜୋତା ଖାଇବେ? ଏକ ଖାସ୍‌ ସନ୍‌ଣ୍ଡେ ଖାସ୍‌ ଶେପ୍‌ ବାଲା ଚକୋଲେଟ୍‌ ସହିତ। #sunday #sundaybinge #dessert #fun #cheatday’।
ଭିଡିଓରେ ଶିଳ୍ପା ଭିନ୍ନ ଭିନ୍ନ ପ୍ରକାରର ଚକୋଲେଟ୍‌ ଏବଂ ମିଠା ସହିତ ଦେଖିବାକୁ ମିଳୁଛନ୍ତି। କିନ୍ତୁ ତାଙ୍କୁ ସବୁଠାରୁ ଆକର୍ଷକ ଲାଗିଥିଲା ଜୋତା ବାଲା ଚକୋଲେଟ୍‌, ଯାହାକୁ ସେ ଦେଖୁ ଦେଖୁ ଖାଇବାରେ ଲାଗିଥିଲେ।

ବଲିଉଡ୍‌ର ସବୁଠାରୁ ଫିଟ୍‌ ଅଭିନେତ୍ରୀଙ୍କ ମଧ୍ୟରେ ଶିଳ୍ପାଙ୍କ ନାଁ ପ୍ରଥମେ ଆସିଥାଏ। ସେ ସବୁବେଳେ ହେଲ୍‌ଦି ଏବଂ ପୋଷକ ତତ୍ତ୍ୱରେ ଭରପୂର ଡାଏଟ୍‌ ନେଇଥାଆନ୍ତି। ଅଭିନେତ୍ରୀ ଜଣକ ଖାଇବାରେ ବେଶ୍‌ ଚୁଜି, କିନ୍ତୁ ବ୍ୟାୟାମ ଏବଂ ଯୋଗ ଦ୍ୱାରା ନିଜର ଫିଟ୍‌ନେସ୍‌କୁ ବାଲାନ୍ସ ରଖିଥାଆନ୍ତି।

You might also like