ଓଡିଶା ପୋଲିସର ସବୁଠାରୁ ବୁଦ୍ଧିଆ କୁକୁର ‘କାଜଲ’, ଏଥର ଫେଲ୍ କରିବ ନକ୍ସଲଙ୍କ ସବୁ ପ୍ଲାନ୍

କଟକ : ଆପଣ କ୍ରାଇମ୍‌ବ୍ରାଞ୍ଚ ଅଧିନରେ ଥିବା ‘କେ-୯ ସ୍କ୍ବାଡ୍‌’ରେ ଲାବ୍ରୋଡର‌୍‌ ପ୍ରଜାତିର ସବୁଠାରୁ ବୁଦ୍ଧିଆ କୁକୁର ‘କାଜଲ’ ବିଷୟରେ ଜାଣିଛନ୍ତି କି? ଯିଏ ରାଜ୍ୟ ପୁଲିସ ବିଭାଗରେ ଗଣିତ କଷି ସବୁଠାରୁ ଚର୍ଚ୍ଚିତ ହୋଇଥିଲା। ଯଦି ଜାଣିନାହାନ୍ତି ତେବେ ଜାଣିରଖନ୍ତୁ କି କାଜଲ ଏବେ ଓଡିଶା ପୋଲିସର ଆଶାବାଡି ପାଲଟିଯାଇଛି । ନିଜର ସଫଳତାରେ କାଜଲ ଆଉ ଏକ ପାହାଚ ଉପରକୁ ଉଠିଛି ।  ଏଣିକି ନକ୍ସଲ ବ୍ୟବହାର କରୁଥିବା ପାଖାପାଖି ୫ ହଜାର ପ୍ରକାର ବିସ୍ଫୋରକ ସାମଗ୍ରୀ ଚିହ୍ନଟ କରିବା ପାଇଁ କାଜଲକୁ  ସ୍ବତନ୍ତ୍ର ତାଲିମ୍‌ ଦିଆଯାଇଛି।

trainigହରିଆନାର ମାନେସରରେ ଥିବା ନ୍ୟାସ୍‌ନାଲ ସିକ୍ୟୁରିଟି ଗାର୍ଡ କ୍ୟାମ୍ପ୍‌ରେ ତାକୁ ୧୦ ଦିନିଆ ଅତ୍ୟାଧୁନିକ ତାଲିମ ଦିଆଯାଇଥିବା ଜଣାପଡିଛି । ଫଳରେ ଓଡ଼ିଶାରେ ନକ୍ସଲ ଦମନ କ୍ଷେତ୍ରରେ କାଜଲ ଯବାନଙ୍କୁ ଅଧିକ ସହଯୋଗ କରିପାରିବ। କାଜଲ ନେଇଥିବା ତାଲିମ ଫଳରେ ସେ ମାଟିତଳେ ନକ୍ସଲ ବ୍ୟବହାର କରୁଥିବା ଅତ୍ୟାଧୁନିକ ବିସ୍ଫୋରକ ସାମଗ୍ରୀର ବାସ୍ନା ବାରି ଚିହ୍ନଟ କରିପାରିବ। ଯାହା ପୁଲିସ ବିଭାଗ ପାଇଁ ସବୁଠାରୁ ଚିନ୍ତାର ବିଷୟ ପାଲଟିଥିଲା । ତେବେ ଏଭଳି ଅତ୍ୟାଧୁନିକ ବିସ୍ଫୋରକ ସାମଗ୍ରୀ ଚିହ୍ନଟ ପ୍ରଶିକ୍ଷଣ ଗଲା କିଛିବର୍ଷ ଧରି ପୁଲିସ ବିଭାଗରେ ବନ୍ଦ ରହିଥିଲା। କିନ୍ତୁ ପୁଣି ଏଭଳି ତାଲିମ୍‌ ଆରମ୍ଭ ହୋଇଥିବାରୁ ଓଡ଼ିଶା ପୁଲିସ ପାଇଁ ଏହା ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.