ବାଲେଶ୍ୱର: ରଜଦେଉଳିଠାରେ ମାଛ ଜାଲରେ ପଡିଲା ୫ଫୁଟ ଲମ୍ବର କୁମ୍ଭୀର, ଭିତରକନିକା ଅଭୟାରଣ୍ୟରୁ ପଳେଇ ଆସିଥିବା ସନ୍ଦେହ

ବାଲେଶ୍ୱର: ମାଛ ଜାଲରେ ପଡିଲା କୁମ୍ଭୀର। ବାଲେଶ୍ୱର ଜିଲ୍ଲା ବାହାନଗାବ୍ଲକ ଖରାସାହାପୁର ପଞ୍ଚାୟତ ବରଜଦେଉଳିଠାରେ ମାଛ ଧରୁଥିବାବେଳେ କୁମ୍ଭୀର ଧରାପଡିଥିଲା। ଏହା ଏକ ବଉଳା କୁମ୍ଭୀର ବୋଲି ଜମାପଡିଛି। ଏହାର ଲମ୍ବ ୫ଫୁଟ ଓ ଓଜନ ପ୍ରାୟ ୨୦କିଲୋ ହେବ ବୋଲି ଜଣାପଡିଛି। ଖବର ପାଇ DFO ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରିଥିଲେ। ଭିତରକନିକା ଅଭୟାରଣ୍ୟରୁ କୁମ୍ଭୀରଟି ପଳାଇ ଆସିଥିବା ସନ୍ଦେହ କରାଯାଉଛି। ୩ରୁ ୪ ବର୍ଷ ପୂର୍ବେ କଣ୍ଟିଆ ଚିରାନାଳରୁ ୭ଫୁଟିଆ କୁମ୍ଭୀର ମତ୍ସ୍ୟଜୀବୀଙ୍କ ଜାଲରେ ପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.