Below header

ଭୋପାଲ ଏୟାରପୋର୍ଟ ସୁରକ୍ଷାରେ ଲାଗିଲା ରୋକ, ବିମାନ ଆଗରେ ଶୋଇଲେ ଯୁବକ

ମଧ୍ୟପ୍ରଦେଶର ରାଜଧାନୀ ଭୋପାଲ ସ୍ଥିତ ରାଜାଭୋଜ ଇଣ୍ଟରନେସନାଲ ଏୟାରପୋର୍ଟରେ ଜଣେ ଯୁବକ ରବିବାର ଅଧଘଣ୍ଟା ଧରି ହଙ୍ଗାମା କରିଛନ୍ତି । ଯୁବକ ଜଣକ ହେଲିକପ୍ଟରରେ ଭଙ୍ଗାରୁଜା କରିବା ସହ ଟେକ ଅଫ କରିବାକୁ ଯାଉଥିବା ଏକ ସ୍ପାଇସ ଜେଟ ଫ୍ଲାଇଟ ଆଗରେ ଯାଇ ଶୋଇପଡ଼ିଥିଲେ । ପରେ ସିଆରପିଏଫ ଯବାନ ଏବଂ ଏୟାରପୋର୍ଟର ସୁରକ୍ଷାକର୍ମୀ ମାନେ ଆସି ତାଙ୍କୁ ରନୱେ ଉପରୁ ହଟାଇଥିଲେ । ତେବେ ଯୁବକ ଜଣକ ପାଖାପାଖି ୩୦ ମିନିଟ ଧରି ଏୟାରପୋର୍ଟରେ ଉତ୍ପାତ କରିଥିଲେ ପରେ ପୋଲିସ ତାକୁ ନେଇଯାଇଥିଲେ ।

Image result for bhopal-a-man-enters-on-the-runway-of-bhopal-airport-and-damages-a-helicopter"

ସୂଚନା ଅନୁଯାୟୀ ଯୁବକ ଜଣକ ଅପରାହ୍ନ ପ୍ରାୟ ୪ଟା ସମୟରେ କାନ୍ଥ ଡେଇଁ ରନୱେରେ ପହଂଚି ଯାଇଥିଲେ । ତାପରେ ସେଠାରେ ଥିବା ଏକ ହେଲିକପ୍ଟରର କାଚ ଭାଙ୍ଗି ଦେଇଥିଲେ ଓ ଇଂଜିନ ଉପରକୁ ପଥର ଫୋପାଡ଼ିଥିଲେ । ସେତିକିରେ ଶାନ୍ତ ହୋଇନଥିଲା ଯୁବକଙ୍କ ରାଗ । ତାପରେ ସେ ଟେକ ଅଫ କରିବାକୁ ଯାଉଥିବା ଭୋପାଲ-ଉଦୟପୁର ଫ୍ଲାଇଟ ଆଗରେ ଯାଇ ଶୋଇପଡ଼ିଥିଲେ । ଏହାପରେ ଇମରଜେନ୍ସି ଭବେ ଫ୍ଲାଇଟକୁ ବନ୍ଦ କରାଯାଇଥିଲା । ତେବେ ଯେଉଁ ହେଲିକପ୍ଟରକୁ ସେ ଭଙ୍ଗାରୁଜା କରିଥିଲେ ତାହା ରାଧାସ୍ୱାମୀ ସତସଙ୍ଗର ବୋଲି କୁହାଯାଉଛି ।

Image result for bhopal-a-man-enters-on-the-runway-of-bhopal-airport-and-damages-a-helicopter"

ଆରୋପି ଯୁବକଙ୍କ ନାମ ଯୋଗେଶ ତ୍ରିପାଠୀ ବୋଲି ଜଣାପଡିଛି । ବର୍ତ୍ତମାନ ପୋଲିସ ତାଙ୍କୁ ପଚରାଉଚୁରା କରୁଛି କିନ୍ତୁ ଏ ବିଷୟରେ କୌଣସି ତଥ୍ୟ ମିଳିପାରିନାହିଁ ଯେ ସେ ଏପରି କାହିଁକି କରୁଥିଲେ । ଏୟାରପୋର୍ଟ ଈ୍ରSF ଡେପୁଟି କମାଣ୍ଡରଙ୍କ କହିବା ଅନୁଯାୟୀ ‘ଯୋଗେଶ ତ୍ରିପାଠୀ ନାମକ ଜଣେ ୨୫ ବର୍ଷୀୟ ଯୁବକ ଅଚାନକ ଷ୍ଟେଟ ହାଙ୍ଗର ମଧ୍ୟରେ ପଶି ଯାଇଥିଲେ । ତାପରେ ପ୍ରଥମେ ସେ ‘ପାର୍କିଙ୍ଗ ୱେ’ରେ ଥିବା ହେଲିକପ୍ଟରକୁ ଭଙ୍ଗାରୁଜା କରିଥିଲେ ଏବଂ ପରେ ସେ ରାଜାଭୋଜ ହାଇୱେର ଏପ୍ରାନକୁ ଚାଲିଯାଇଥିଲେ । ଆଉ ଉଦୟପୁର ଯିବାପାଇଁ ପ୍ରସ୍ତୁତ ହେଉଥିବା ବିମାନ ଆଗରେ ଶୋଇ ପଡ଼ିଥିଲେ ଯେଉଁ କାରଣରୁ ଏହି ବିମାନକୁ ଏକ ଘଣ୍ଟା ବିଳମ୍ବ କରାଯାଇଥିଲା । ଏହାସହିତ ସେ କହିଛନ୍ତି ଯେ ଲାଗୁଛି ଯୁବକ ଜଣକ ମାନସିକ ଭାବେ ଦୁର୍ବଳ ଅଟନ୍ତି ଓ ବର୍ତ୍ତମାନ ତାଙ୍କୁ ଭୋପାଳ ପୋଲିସକୁ ହସ୍ତାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.