Below header

ଚୀନରେ ବୁଲୁଛି କଥାକୁହା ଡ୍ରୋନ୍‌! ଗ୍ରାମୀଣ ଅଞ୍ଚଳରେ ବୁଲି ଲୋକଙ୍କୁ ମାସ୍କ ପିନ୍ଧିବାକୁ କରୁଛି ସଚେତନ

କରୋନା ଭାଇରସ୍‌ ବର୍ତ୍ତମାନ ଚୀନ ଏବଂ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ପରିସ୍ଥିତି ଏପରି ହୋଇଛି ଯେ ଲୋକଙ୍କ ଉପରେ ତୀକ୍ଷ୍‌ଣ ନଜର ରଖିବା ପାଇଁ ଚୀନରେ ଡ୍ରୋନ୍‌ କ୍ୟାମେରା ବୁଲୁଛି। ଖାସ୍‌ କରି ଯେଉଁ ଲୋକମାନେ ମୁହଁରେ ମାସ୍କ ପିନ୍ଧୁନାହାନ୍ତି, ସେମାନଙ୍କ ଉପରେ ନଜର ରଖାଯାଉଛି।

d3

ଚୀନ୍‌ ଅଧିକାରୀମାନେ ଡ୍ରୋନ୍‌ ସାହାଯ୍ୟରେ ଗ୍ରାମୀଣ ଅଞ୍ଚଳରେ ରହୁଥିବା ନାଗରିକମାନଙ୍କୁ ମାସ୍କ ଲଗାଇବାକୁ ସଚେତନ କରୁଛନ୍ତି। ଏବେ ଏହାର ଏକ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି।

ଭିଡିଓକୁ ଜେନିଫର ଜେଙ୍ଗ୍‌ ଶେୟାର କରିଛନ୍ତି। ସେ ଲେଖିଛନ୍ତି ଯେ ‘Muyangର ଟ୍ରାଫିକ୍‌ ପୋଲିସ ଲୋକଙ୍କୁ ମାସ୍କ ଲଗାଇବା ପାଇଁ ଡ୍ରୋନ୍‌ ଜରିଆରେ କହୁଛନ୍ତି’।

କଥା ବି କହୁଛି ଡ୍ରୋନ୍‌

ଆଉ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଦେଖାଯାଉଛି ଯେ ଗ୍ରାମାଣୀ ଲୋକମାନେ ଡ୍ରୋନ୍‌କୁ ଦେଖି ଚମକି ପଡ଼ୁଛନ୍ତି। ଡ୍ରୋନ୍‌ରୁ ବଡ଼ ଆଓ୍ଵାଜ୍‌ ଆସୁଛି। ଯେଉଁମାନେ ମାସ୍କ ପିନ୍ଧିନାହାନ୍ତି, ସେମାନଙ୍କ ସହ ଡ୍ରୋନ୍‌ କଥାବାର୍ତ୍ତା କରୁଛି।

ଜଣେ ବୃଦ୍ଧ ମହିଳାଙ୍କୁ ଡ୍ରୋନ୍‌ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛି। ଡ୍ରୋନ୍‌ କହୁଛି ଯେ ‘ହଁ, ଆଣ୍ଟି ଡ୍ରୋନ୍‌ ହିଁ ଆପଣଙ୍କ ସହିତ କଥା ହେଉଛି। ଆପଣ ବିନା ମାସ୍କ ପିନ୍ଧି ରାସ୍ତାରେ ଚାଲିବା ଉଚିତ ନୁହେଁ’। ତେବେ ଲୋକଙ୍କୁ ସଚେତନ କରିବା ପାଇଁ ଏଭଳି ପ୍ରୟାସ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.