ଆଜି ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଜନ୍ମଦିନ, କିସ୍ ବିଶ୍ୱବିଦ୍ୟାଳୟରେ ଧୂମ୍‌ଧାମ୍‌ରେ ହେଉଛି ପାଳନ

ଭୁବନେଶ୍ବର: ଆଜି ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଜନ୍ମଦିନ । କିସ୍ ବିଶ୍ୱବିଦ୍ୟାଳୟରେ ଦୂତିଙ୍କ ଜନ୍ମଦିନ ଧୂମ୍‌ଧାମ୍‌ରେ ପାଳନ କରାଯାଇଛି । କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ଛାତ୍ରଛାତ୍ରୀଙ୍କ ଗହଣରେ କେକ୍ କାଟିଥିଲେ ।

dutee chandଏହା ସହ କିସ୍ ଛାତ୍ରଛାତ୍ରୀଙ୍କୁ କେକ୍ ବାଣ୍ଟିଥିଲେ । ଏହି ଅବସରରେ ଦୂତି ଚାନ୍ଦ କହିଛନ୍ତି, କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ସାମନ୍ତ ହେଉଛନ୍ତି ତାଙ୍କ ଗଡ୍ ଫାଦର । ଅଚ୍ୟୁତ ସାମନ୍ତଙ୍କ ପ୍ରେରଣା, ତାଙ୍କୁ ଆଗକୁ ନେବାରେ ସାହାର୍ଯ୍ୟ କରୁଛି । ତାଙ୍କ ଜନ୍ମଦିନ ଏପରି ଭାବେ ପାଳନ କରିଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.