Below header

Galaxy Z Flipର ଭିଡିଓ ଲିକ୍‌! ଏଠାରେ ଦେଖନ୍ତୁ କେମିତି ଦେଖାଯାଉଛି Samsungର ନୂଆ ଫୋଲ୍ଡେବଲ୍‌ ସ୍ମାର୍ଟଫୋନ୍‌

Samsungର ନେକ୍ସଟ ଜେନେରେଶନ ଫୋଲ୍ଡେବଲ୍‌ ସ୍ମାର୍ଟଫୋନ୍‌ ‘Galaxy Z Flip’ ଚଳିତ ମାସରେ ବଜାରକୁ ଆସିପାରେ। ଗତ କିଛି ସପ୍ତାହ ହେବ ଇଣ୍ଟରନେଟ୍‌ରେ ଏହି ଫୋନ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ଲାଗିରହିଛି। ଫୋନ୍‌ର ଡିଜାଇନ୍‌ ବିଷୟରେ କୁହାଯାଉଛି ଯେ ଏହା Moto Razr 2019ର କ୍ଲାମ୍‌ସେଲ ଡିଜାଇନ୍‌ରୁ ପ୍ରେରିତ। ୧୧ ଫେବୃୟାରୀରେ ସେନ୍‌ ଫ୍ରାନ୍ସିକ୍ସୋରେ ହେବାକୁ ଥିବା Galaxy Unpacked ଇଭେଣ୍ଟରେ ଏହାକୁ ଶୋ’କେସ୍‌ କରାଯାଇପାରେ। ଏହାରି ଭିତରେ ଫୋନ୍‌ର ଏକ ହ୍ୟାଣ୍ଡସ୍‌ ଅନ୍‌ ଭିଡିଓ ଟୁଇଟରରେ ଲିକ୍‌ ହୋଇଯାଇଛି।

sa1

ଭିଡିଓ ଲିକ୍‌ କଲେ Tipster

Galaxy Z Flipର ଏହି ଭିଡିଓକୁ ଜଣାଶୁଣା Tipster ବେନ୍‌ ଜେସ୍କିନ୍‌ ପୋଷ୍ଟ କରିଛନ୍ତି। କୁହାଯାଉଛି, ଜେସ୍କିନ୍‌ ଭିଡିଓକୁ ଜାଣିଶୁଣି ପୋଷ୍ଟ କରିଛନ୍ତି, ଯେପରି ଏହାଦ୍ୱାରା ୟୁଜରଙ୍କ ଏକ୍ସାଇଟ୍‌ମେଣ୍ଟକୁ ବଢ଼ାଯାଇପାରିବ। ତେବେ ତାଙ୍କ ପାଖରେ ଏହି ଭିଡିଓ କେଉଁଠୁ ଆସିଲା, ତାହା ବିଷୟରେ କୌଣସି ସୂଚନା ନାହିଁ।

s2

ଏହି ଫୋନ୍‌ ଅଲ୍‌ଟ୍ରା-ଥିନ୍‌ ଗ୍ଲାସ୍‌ରେ ଡିଜାଇନ୍‌ କରାଯାଇଛି କି ନାହିଁ, ସେ ନେଇ ସ୍ପଷ୍ଟ ଭାବେ ଏବେ କିଛି କହିହେବ ନାହିଁ। ଭିଡିଓକୁ ଦେଖି କେବଳ ଏତିକି କୁହାଯାଇପାରିବ ଯେ କମ୍ପାନୀ ଏହାର ଡିଜାଇନ୍‌ରେ ଖୁବ୍‌ କାମ କରିଛି। ଫୋନ୍‌ ଫୋଲ୍ଡ ହେବା ପରେ ବହୁତ କମ୍ପ୍ୟାକ୍ଟ ହୋଇଯାଉଛି। ସାଇଜ୍‌ ଛୋଟ ଯୋଗୁ ଏହାକୁ ଆରାମରେ ଛୋଟ ମନିପର୍ସ କିମ୍ବା ପକେଟ୍‌ରେ ରଖାଯାଇପାରିବ।

ଆଣ୍ଡ୍ରୋଏଡ୍‌ ସେଣ୍ଟ୍ରାଲର ରିପୋର୍ଟରେ କୁହାଯାଇଛି, Galaxy Z Flip ଏକ ଇଞ୍ଜିନିୟରିଂ ସାମ୍ପୁଲ୍‌ ହୋଇପାରେ। କାରଣ, ଫୋନ୍‌ ଓପନ୍‌ ହେବା କ୍ଷଣି ସ୍କି୍ରନ୍‌ ଉପରେ ସାମ୍‌ସଙ୍ଗର ସିକ୍ୟୁରିଟି ପଲିସି ଦେଖିବାକୁ ମିଳୁଛି। ସେପଟେ Tipster ଇଶାନ୍‌ ଅଗ୍ରଓ୍ଵାଲ କହିଛନ୍ତି, ଭିଡିଓରେ ଦେଖିବାକୁ ମିଳୁଥିବା ଫୋନ୍‌ର କଲର୍‌କୁ କମ୍ପାନୀ ‘mirror purple’ ବୋଲି କହୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.