Below header

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁୁ

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁୁ। ଏବର୍ଷ ଦୁଇ ଦିନ ବିଳମ୍ବରେ କେରଳ ଉପକୂଳ ଛୁଇଁଛି। ସାଧାରଣତଃ ଜୁନ ୧୦ରୁ ୧୨ତାରିଖ ମଧ୍ୟରେ ଓଡ଼ିଶାରେ ପହଞ୍ଚିଥାଏ ମୌସୁମୀ। ଏଥର ମଧ୍ୟ ରଜ ପୂର୍ବରୁ ମୌସୁମୀ ଓଡ଼ିଶା ପହଞ୍ଚିବା ସମ୍ଭାବନା ରହିଥିବା କହିଛନ୍ତି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର। ଜୁନ ୧୧ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ମୌସୁମୀକୁ ଅଧିକ ସକ୍ରିୟ କରିବ ବୋଲି ସେ କହିଛନ୍ତି ।

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ଓଡ଼ିଶାରେ ୯ରୁ ୧୨ତାରିଖ ମଧ୍ୟରେ ପ୍ରବଳ ବର୍ଷା ଅନୁମାନ କରାଯାଉଛି। ଉତ୍ତର ଉପକୂଳ ଓଡ଼ିଶାରେ ପ୍ରଥମେ ବର୍ଷା ଆରମ୍ଭ ହେବା ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ କମ୍‌ ବର୍ଷା ହୋଇପାରେ।ଆକ୍ୟୁୱେଦର ପାଣିପାଗ ବିଜ୍ଞାନୀ ଜାସନ ନିକ୍‌ହୋଲ୍‌ସଙ୍କ ସୂଚନା ମୁତାବକ ଆସନ୍ତା ସପ୍ତାହରେ ଶେଷଭାଗରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅବପାତରେ ପରିଣତ ହେବ। ଏହାଫଳରେ ଓଡ଼ିଶାରେ ଅଧିକ ବର୍ଷା ହେବ।

ସାରା ଦେଶରେ ଚଳିତବର୍ଷ ମୌସୁମୀ ବୃଷ୍ଟିପାତ ସ୍ୱାଭାବିକ ରହିବ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ଲଙ୍ଗ ପିରିୟଡ ଏଭରେଜ ବା LPAର ୯୬ରୁ ୧୦୪ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଜୁନ ମାସରେ ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.