Below header

ଭୋଟ ଦେବାକୁ ଦିଲ୍ଲୀ ଆସୁଛନ୍ତି କି? ସ୍ପାଇସ ଜେଟ୍‌ ଦେବ ଫ୍ରି ଟିକେଟ୍‌

ଲୋକତନ୍ତ୍ରରେ ନିଜ ସାମିଲ କରିବା ପାଇଁ ଇଛୁକ ଭୋଟରମାନଙ୍କୁ ଘରୋଇ ବିମାନ କମ୍ପାନୀ ସ୍ପାଇସ୍‌ ଜେଟ ମାଗଣାରେ ବିମାନ ଟିକେଟ୍‌ ଜାରି କରିଛି। ସୂଚନା ମୁତାବକ ସ୍ପାଇସ ଜେଟ୍‌ ଘୋଷଣା କରିଛି ଦିଲ୍ଲୀର ଭୋଟର ଲିଷ୍ଟରେ ନାମ ରହିଥିବା ଲୋକମାନେ ଯଦି ନିଜର ଭୋଟ ଦେବା ପାଇଁ ରାଜଧାନୀ ଦିଲ୍ଲୀ ଆସିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ସ୍ପାଇସ ଜେଟ୍‌ ସେମାନଙ୍‌କୁ ମୁକ୍ତରେ ବିମାନ ଟିକଟେ୍‌ ଯୋଗାଇଦେବ। କମ୍ପାନୀ ତାର ଏହି ଅଫର୍‌ ନାଁ ସ୍ପାଇସ୍‌ ଡେମୋକ୍ରେସୀ ରଖିଛି।

spicejetସୂଚନା ମୁତାବକ ସ୍ପାଇସ ଜେଟ୍‌ ଟ୍ଵିଟର ମାଧ୍ୟମରେ ଉଲ୍ଲେଖ କରିଛି, ‘‘ଆମର ମହାନ ଲୋକତନ୍ତ୍ରର ଅଂଶ ହେବା ପାଇଁ ଆମକୁ କୌଣସି ବାଧା ରୋକିପାରିବ ନାହିଁ। ଏଥିପାଇଁ ସ୍ପାଇସ ଜେଟ୍‌ ନିଜର େଓ୍ଵବସାଇଟରେ ୩୦ ଜାନୁଆରୀରୁ ୮ ଫେବୃଆରୀ ପର୍ଯ୍ୟନ୍ତ ରେଜିଷ୍ଟେସନ କରିପାରିବେ। ଏହାବ୍ୟତୀତ ଅନ୍ୟ କିଛି ସର୍ତ୍ତ ମଧ୍ୟ ଆପଣଙ୍କୁ ପୁରା କରିବାକୁ ପଡିବ। ଯେଉଁ ଲୋକମାନଙ୍କ ନାଁ ଏହି ସ୍କିମ୍‌ ପାଇଁ ବଛାଯିବ ସେହି ଲୋକମାନଙ୍କ ନାଁ ସ୍ପାଇସ ଜେଟ୍‌ ନିଜର େଓ୍ଵବସାଇଟରେ ଘୋଷଣା କରିବ। ଏଭଳି ମତଦାତାଙ୍କୁ ସ୍ପାଇସ ଜେଟ୍‌ ଜରିଆରେ ଦିଲ୍ଲୀ ଯିବା-ଆସିବା ପାଇଁ ଟିକେଟ୍‌ ବୁକ୍‌ କରିବାକୁ ପଡିବ। ଯଦି ଯାତ୍ରୀ ୮ ଫେବୃଆରୀରେ ଦିଲ୍ଲୀ ଆସି ସେହି ଦିନ ଫେରୁଛନ୍ତି ତେବେ ତାଙ୍କୁ ସମ୍ପୁର୍ଣ୍ଣ ଟଙ୍କା ଫେରାଇଦିଆଯିବ। କିନ୍ତୁ ଯଦି ଯାତ୍ରୀ ୭ ଫେବୃଆରୀରରେ ଆସି ୯ ଫେବୃଆରୀରେ ଫେରୁଛନ୍ତି ତେବେ ତାଙ୍କୁ ଗୋଟିଏ ଟିକେଟ୍‌ର ଟଙ୍କା ମିଳିବ। ରିପୋର୍ଟ ଅନୁଯାୟୀ ଦିଲ୍ଲୀର ସମସ୍ତ ୭୦ଟି ସିଟ୍‌ ଉପରେ ଭୋଟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.