କୁସ୍ତି ସଂଘ ନିର୍ବାଚନ ଉପରେ ଲାଗିଲା ରୋକ୍‌, କୁସ୍ତିଯୋଦ୍ଧାଙ୍କ ଧାରଣା ପରେ ଖେଳ ମନ୍ତ୍ରଣାଳୟ ନେଲା ଏଭଳି ନିଷ୍ପତ୍ତି

କୁସ୍ତି ସଂଘ ନିର୍ବାଚନ ଉପରେ ଖେଳ ମନ୍ତ୍ରଣାଳୟ ରୋକ୍‌ ଲଗାଇଛନ୍ତି । କୁସ୍ତି ମହାସଂଘର ମୁଖ୍ୟ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ କରି ଧାରଣାରେ ବସିଛନ୍ତି ମହିଳା କୁସ୍ତିଯୋଦ୍ଧା ।

ଭାରତୀୟ କୁସ୍ତି ସଂଘ ନିର୍ବାଚନ ଉପରେ ରୋକ୍‌ ଲଗାଇଛନ୍ତି ଖେଳ ମନ୍ତ୍ରଣାଳୟ । ଆଗାମୀା ମାସରେ ହେବାକୁ ଥିବା ନିର୍ବାଚନ ଉପରେ ଆଜି ନିଷ୍ପତ୍ତି ନିଆଯାଇଛି । ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (WFI) ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂ ଏବଂ ଅନ୍ୟ କୋଚ୍ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ଅଭିଯୋଗରେ ମହିଳା କୁସ୍ତିଯୋଦ୍ଧାମାନେ ଗତକାଲି ରାତିରୁ ଯନ୍ତରମନ୍ତର ନିକଟରେ ଧାରଣାରେ ବସିଛନ୍ତି ।

ଖେଳ ମନ୍ତ୍ରଣାଳୟ କହିଛି କି, ଭାରତୀୟ ଅଲମ୍ପିକ୍ସ ସଂଘ ଏକ ଆଡହକ୍‌ କମିଟି ଗଠନ କରିଛି। ଏହି କମିଟି ୪୫ ଦିନ ଭିତରେ କୁସ୍ତି ମହାସଂଘର ନିର୍ବାଚନ କରିବ । ଏହି କମିଟି ଖେଳାଳିଙ୍କ ଚୟନ ମଧ୍ୟ କରିବ ଏବଂ ଫେଡେରେସନର ପ୍ରତିଦିନର କାର୍ଯ୍ୟ ମଧ୍ୟ ତଦାରଖ କରିବ ।

ତେବେ ଧାରଣାରେ ବସିଥିବା ମହିଳା ଯୋଦ୍ଧା କୁସ୍ତି ମହାସଂଘର ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଛନ୍ତି । ବିନେଶ ଫୋଗଟଙ୍କ ସହିତ ୭ ଜଣ ମହିଳା କୁସ୍ତିଯୋଦ୍ଧା ଫେଡେରେସନ୍ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦିଲ୍ଲୀର କଣ୍ଟେନ୍ ପ୍ଲେସ୍ ପୋଲିସ ଷ୍ଟେସନରେ ଯୌନ ଉତ୍ପୀଡନର ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ଏହାର ୩ ମାସ ପୂର୍ବରୁ ମଧ୍ୟ ସେମାନେ ସେଠାରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। କିନ୍ତୁ ଜଣେ ନେତା ତାଙ୍କୁ ଆସନ ଛାଡିବାକୁ ଅନୁରୋଧ କରିଥିଲେ।

ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ କ୍ରୀଡ଼ା ମନ୍ତ୍ରଣାଳୟର କମିଟିରୁ ତଦନ୍ତ ରିପୋର୍ଟ ମାଗିଛି। କ୍ରୀଡ଼ା ମନ୍ତ୍ରଣାଳୟ କମିଟି ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗର ଯାଞ୍ଚ କରିସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.