ଆସାମ : ବିଷାକ୍ତ ମଦ ନେଲା ୧୭ ଜୀବନ

ଆସାମର ଗୋଲଘାଟରେ ବିଷାକ୍ତ ମଦ ପିଇ ୧୭ ଜଣଙ୍କର ମୃତ୍ୟୁ । ଆଉ ଚାରି ଜଣଙ୍କ ଅବସ୍ଥା ଗମ୍ଭୀର । ଗତକାଲି ରାତିରେ ୨୧ ଜଣ ଲୋକ ଏହି ବିଷାକ୍ତ ମଦ ପିଇଥିଲେ । ସେମାନଙ୍କ ଦେହ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ଏମାନେ ସମସ୍ତେ ହଲମିରା ଚା ବଗିଚା ଅଞ୍ଚଳରେ ରହୁଥିଲେ । ସେଠାକାର ଚା ବଗିଚାରେ କାମ କରୁଥିଲେ । ଘଟଣା ପରେ ଅବକାରୀ ବିଭାଗ ମଦର ନମୂନା ପରୀକ୍ଷା ପାଇଁ ପଠାଇଛି ।
କିଛି ଦିନ ତଳେ ଉତ୍ତର ପ୍ରଦେଶ ଶାହାରନପୁର ଏବଂ ହରିଦ୍ୱାର ଜିଲ୍ଲାରେ ବିଷାକ୍ତ ମଦ ଯୋଗୁଁ ୭୨ ଜଣଙ୍କର ମୃତ୍ୟୁ ହୋଇଥିଲା ।