ରାଜ୍ୟ କ୍ୟାବିନେଟରେ ୨୮ଟି ପ୍ରସ୍ତାବରେ ଲାଗିଲା ମୋହର

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟରେ ମୋଟ୍‌ ୨୮ଟି ପ୍ରସ୍ତାବରେ ଲାଗିଲା ମୋହର। ୮୧୯୫ ଜଣ ଷ୍ଟାଫନର୍ସ ଓ ANMଙ୍କୁ ନିୟମିତ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ରାତିରେ ଆହାର ଯୋଜନାକୁ ମଞ୍ଜୁର କରିଛି ରାଜ୍ୟ କ୍ୟାବିନେଟ୍‌। ଏଥିପାଇଁ ଖର୍ଚ୍ଚ ହେଉଛି ୬୨ କୋଟି ଟଙ୍କା। ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କୁ ପଦୋନ୍ନତି ମିଳିବ। ୫ ବର୍ଷ କାର୍ଯ୍ୟ କାର୍ଯ୍ୟକରିଥିବା ପଞ୍ଚାୟତ ସଂପ୍ରସାରଣ ଅଧିକାରୀଙ୍କୁ ABDO ଭାବେ ପଦୋନ୍ନତି ମିଳିବ। ସେହିପରି ହୋମିଓପାଥିକ ଭେଷଜ ନିୟମାବଳୀରେ ସଂଶୋଧନ ହୋଇଛି। ଡାକ୍ତରଙ୍କ ନିଯୁକ୍ତି ବୟସ ୩୨ରୁ ୪୦କୁ ବୃଦ୍ଧି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.