ବୋଲର୍ଙ୍କ କମାଲ, ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ଜିତିଲା ଭାରତୀୟ ମହିଳା ଦଳ

ମୁମ୍ବାଇ : ଆଜି ଖେଳା ଯାଇଥିବା ପ୍ରଥମ ଦିନିକିଆରେ ବୋଲରଙ୍କ କମାଲ୍ ଯୋଗୁଁ ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ୬୬ ରନ୍ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୪୯.୪ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୨୦୨ ରନ୍ କରିଥିଲା । ଜବାବରେ ଇଂଲଣ୍ଡ ଦଳ ମାତ୍ର ୧୩୬ ରନ୍ କରି ୪୧ ଓଭରରେ ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ସ୍ପିନର୍ ଏକତା ବିସ୍ତ ୨୫ ରନ୍ ଦେଇ ସର୍ବାଧିକ ୪ଟି ଓ୍ଵିକେଟ୍ ଦଖଲ କରିଛନ୍ତି । ଶିଖା ପାଣ୍ଡେ ଓ ଦୀପ୍ତି ଶର୍ମା ୨ଟି ଲେଖାଏଁ ଓ୍ଵିକେଟ୍ ଦଖଲ କରିଛନ୍ତି ।
ଇଂଲଣ୍ଡ ତରଫରୁ ସ୍କିଭର ସର୍ବାଧିକ ୪୪ ଏବଂ ନାଇଟ୍ ଅପରାଜିତ ୩୯ ରନ୍ ସ୍କୋର କରିଥିଲେ । ସେପଟେ ଭାରତ ପକ୍ଷରୁ ଓପ୍ନର ଜେମିମା ରଡ୍ରିଗୁଏଜ୍ ୪୮, ଅଧିନାୟିକା ମିତାଲି ରାଜ ୪୪, ଝୁଲଣ ଗୋସ୍ୱାମୀ ୩୦ ରନ୍ କରିଥିଲେ ।
ଏହି ମ୍ୟାଚ୍ ଜିତି ଘରୋଇ ଭାରତୀୟ ଦଳ ୩ ମ୍ୟାଚ୍ ସିରିଜ୍ରେ ୧-୦ରେ ଆଗୁଆ ରହିଛି ।
ସ୍କୋର : ଭାରତ-୨୦୨/୧୦, ୪୯.୪ ଓଭର । ଇଂଲଣ୍ଡ-୧୩୬/୧୦, ୪୧ ଓଭର ।
