ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏ ଛାତ୍ରୀଙ୍କୁ ମାଗଣାରେ ମିଳିବ ସାନିଟାରି ନାପ୍କିନ

ଭୁବନେଶ୍ବର : ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏ ଛାତ୍ରୀଙ୍କୁ ମାଗଣାରେ ମିଳିବ ସାନିଟାରି ନାପ୍କିନ। ମହିଳା ସଶକ୍ତିକରଣ ଯୋଜନାରେ ରାଜ୍ୟ ସରକାର ଆରମ୍ଭ କରିଥିବା ଖୁସି ଯୋଜନାରେ ୧୭ଲକ୍ଷ ୨୫ ହଜାର ଛାତ୍ରୀଙ୍କୁ ସାନିଟାରୀ ନାପକିନ ଯୋଗାଇ ଦିଆଯିବ। ଏଥିପାଇଁ ୫ବର୍ଷରେ ୪୬୬ କୋଟି ୮ଲକ୍ଷ ଟଙ୍କା ବ୍ୟୟ କରାଯିବ। ଏଥିରେ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହାର ନବୋଦୟ ବିଦ୍ୟାଳୟର ଛାତ୍ରୀଙ୍କୁ ମାସକୁ ୧୮ଟି ସାନିଟାରୀ ନାପ୍କିନ ଯୋଗାଇ ଦିଆଯିବ। ଏହା ଦ୍ୱାରା କିଶୋରୀ ଛାତ୍ରୀମାନେ ଉତ୍ତମ ମାନର ସାନିଟାରୀ ନାପକିନ ପଇବା ସହ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ଦିଗରେ ସହାୟକ ହୋଇପାରିବ। ଛାତ୍ରୀମାନଙ୍କ ଡ୍ରପ ଆଉଟକୁ ହ୍ରାସ କରାଯିବା ସହ ଉପସ୍ଥାନ ବୃଦ୍ଧିରେ ସହାୟକ ହେବ ବୋଲି କୁହାଯାଇଛି। ଏନେଇ ଆଜି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।