Below header

ମୁମ୍ବାଇର ଡୋଗରି ବଜାରରେ କେମିତି ଚୋରି ହୋଇଥିଲା ୧୬୮ କିଲୋ ପିଆଜ, ଦେଖନ୍ତୁ ଏହି ସିସିଟିଭି ଫୁଟେଜ୍

 ମୁମ୍ବାଇ: ଏବେ ସାରା ଦେଶରେ ହୁହୁ ହୋଇ ବଢି ଚାଲିଛି ପିଆଜ ଦର । ଆମିଷ ଖାଇବା ଲୋକେ ମଧ୍ୟ ନିରାମିଷ ଭୋଜନ କରିବାକୁ ବାଧ୍ୟ ହେଉଛନ୍ତି । ପିଆଜ ଦର ସବୁ ରେକର୍ଡ ପାର କରିଥିବାବେଳେ ସାଧାରଣରେ ଏହାକୁ ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ଏବେ ବିଭିନ୍ନ ସ୍ଥାନରୁ ସୁନା,ଟଙ୍କା ଭଳି ପିଆଜ ଚୋରି ହେବା ନେଇ ମଧ୍ୟ ଖବର ସାମ୍ନାକୁ ଆସିବାରେ ଲାଗିଛି । ଏହା ଭିତରେ ନିକଟରେ ଡିସେମ୍ବର ୫ତାରିଖରେ ମୁମ୍ବାଇର ଡୋଗରି ବଜାରରେ ପାଖାପାଖି ୧୬୮ କିଲୋ ପିଆଜ ଚୋରି ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଯାହାର ଖୋଳତାଡ କରିବା ପରେ ମୁମ୍ବାଇ ପୋଲିସ୍ ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ଗିରଫ କିରିଛି ।

ଦେଖନ୍ତୁ ଭିଡିଓ:

video courtecy: ANI

ତେବେ ଯେଉଁ ସମୟରେ ପିଆଜ ଚୋରି କରାଯାଇଥିଲା ସେହି ସମୟର ଭିଜୁଆଲ୍ ପାଖରେ ଥିବା ଏକ ସିସିଟିଭିରେ ରେକର୍ଡ ହୋଇଯାଇଥିଲା । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ବିଳମ୍ବିତ ରାତିରେ ସୁଯୋଗ ପାଇ କିଭଳି ପିଆଜ ବସ୍ତାକୁ ଟେକି ନେଉଛନ୍ତି ଚୋର ତାହା ଏହି ଭିଡିଓରେ ଦେଖିବାକୁ ମିଳୁଛି। ତେବେ ଚୋରି ହୋଇଥିବା ପିଆଜର ଆନୁମାନିକ ମୂଲ୍ୟ ପାଖାପାଖି ୨୧ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଅନ୍ୟପଟେ ସିସିଟିଭି ଭିଡିଓକୁ ଦେଖିବା ପରେ ପୋଲିସ ଅତି ସହଜରେ ଅଭିଯୁକ୍ତ ପାଖରେ ପହଁଚିବା ସହିତ ଗିରଫ କରିବାରେ ସଫଳ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.