Below header

ଏଭଳି ଏକ ସମୟ ଥିଲା ‘ମୁଁ ବଞ୍ଚିବାକୁ ଚାହୁଁନଥିଲି’ କହିଲେ ନେହା, ଜାଣନ୍ତୁ କାହିଁକି

ନିଜର ସୁମଧୁର କଣ୍ଠସ୍ବର ପାଇଁ ସମସ୍ତଙ୍କୁ ଦିୱାନା କରିଥିବା ନେହା କକ୍କର ବର୍ତ୍ତମାନ ଟେଲିଭିଜନରେ ପ୍ରସାରିତ ହେଉଥିବା ରିୟାଲିଟି ଶୋ’ ଇଣ୍ଡିଆନ ଆଇଡଲରେ ବିଚାରକ ହୋଇଛନ୍ତି। ଏହି ଶୋ’ ରେ ନେହା କେବଳ ଥରେ ନୁହେଁ ବରଂ ବାରମ୍ବାର ଇମୋସନାଲ୍ ହୋଇସାରିଛନ୍ତି। ରିପୋର୍ଟ ଅନୁଯାୟୀ ଏକ ଏପିସୋଡରେ ନେହା ନିଜର ବ୍ରେକଅପ୍ କୁ ମନେ ପକାଇ ନିଜର ଲୁହକୁ ରୋକିପାରିନଥିଲେ।
ଶୋ’ ରେ ନେହା କହିଥିଲେ ସେ ବ୍ରେକଅପ୍ ପରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲେ। ପାଖାପାଖି ୨ ବର୍ଷ ପର୍ଯ୍ଯନ୍ତ ନେହା ଅଭିନେତା ହିମାଂଶ କୋହଲୀଙ୍କ ସହ ଡେଟ୍ କରିଥିଲେ। ବ୍ରେକଅପ୍ ପରେ ନେହା ଅନେକ ପୋଷ୍ଟ ଜରିଆରେ ମଧ୍ଯ ନିଜର ଯନ୍ତ୍ରଣାକୁ ଉପସ୍ଥାପନ କରିଥିଲେ।

nehaନେହା କହିଛନ୍ତ, ବର୍ତ୍ତମାନ ସେ ଖୁବ୍ ଭଲ ସମୟ ବିତାଉଛନ୍ତି କିନ୍ତୁ ତାଙ୍କ ଜୀବନରେ ଏଭଳି ଏକ ସମୟ ଆସିଥିଲା, ଯେତେବେଳେ ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଥିଲେ। ସେହି ସମୟରେ ଏପରି କି ସେ ବଞ୍ଚିବାକୁ ମଧ୍ଯ ଚାହୁଁନଥିଲେ। ନେହା ଏହା ମଧ୍ଯ କହିଛନ୍ତି ସେହି ସମୟରେ ସେ ମରିଯିବାକୁ ଚାହୁଁଥିଲେ।

neha-କିଛିଦିନ ହେବ ନେହା ସୋସିଆଲ ମିଡିଆରେ ନିଜର ସଂଘର୍ଷମୟ କାହାଣୀର ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ କହିଛନ୍ତି ମୁଁ ଚାରି ବର୍ଷ ବୟସରୁ ଗୀତ ଗାଈ ଟଙ୍କା ଆୟ କରୁଥିଲି। ଏତିସହ ଇଣ୍ଡିଆନ୍ ଆଇଡଲ ଶୋ’ ରେ ମଧ୍ଯ ପ୍ରତିଯୋଗୀ ହେବା ସହ ଖୁବ୍ ଜଲଦି ଶୋ’ ରୁ ବାହାରି ଯାଇଥିଲି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.