ଭାରତୀୟ ବଜାରରେ ଲଞ୍ଚ ହେଲା ଅନ୍‌ଲାଇନ୍‌ ଷ୍ଟ୍ରିମିଂ ସର୍ଭିସ ‘Mubi’, ଜାଣନ୍ତୁ କ’ଣ ଏହି ସର୍ଭିସ

ଯଦି ଆପଣ କଳାତ୍ମକ ଫିଲ୍ମ ଦେଖିବାର ସୌକ ରଖନ୍ତି, ତେବେ ଆପଣଙ୍କ ପାଇଁ ଆସିଯାଇଛି ନୂଆ ଷ୍ଟ୍ରିମିଂ ସିର୍ଭିସ। Amazon, Hotstar, Netflix ଭଳି ଆଉ ଏକ ଷ୍ଟ୍ରିମିଂ ସର୍ଭିସ Mubi ଭାରତୀୟ ବଜାରରେ ଲଞ୍ଚ କରିଛି। ଆପଣ ଭାବୁଥିବେ, ଏତେ ପ୍ରକାର ଷ୍ଟ୍ରିମିଂ ସିର୍ଭିସ ରହିଥିବା ବେଳେ ଲୋକେ Mubi କୁ କ’ଣ ପାଇଁ ଡାଇନଲୋଡ କରିବେ ?

pvr

Mubi ଏକ ଭିଡିଓ ଅନ୍‌ ଡିମାଣ୍ଡ ଷ୍ଟ୍ରିମିଂ ଫ୍ଲାଟଫର୍ମ। ଯାହା Netflix ଭଳି କେବଳ ଫିଲ୍ମ ଉପରେ ଫୋକସ୍‌ କରିଥାଏ। Mubi ଭାରତୀୟ ବଜାରରେୟୁଜର୍ସଙ୍କ ପାଇଁ ସବ୍‌ସ୍କ୍ରିପସନ ଚାର୍ଜ କମ୍‌ ରଖିଛି। ବିଟ୍ରେନରେ ଏହି ୟୁଜର୍ସମାନଙ୍କୁ ସବ୍‌ସ୍କ୍ରିପସନ କରିବାକୁ ୧୪୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ଭାରତରେ କେବଳ ୪୯୯ ଟଙ୍କା ରଖାଯାଇଛି। କେବଳ ଏତିକି ନୁହେଁ, ଏହାର ପ୍ରମୋସନ ପାଇଁ ତିନି ମାସର ସବ୍‌ସ୍କ୍ରିପସନ ପାଇଁ ମାତ୍ର ୧୯୯ ଟଙ୍କା ଦେବାକୁ ପଡିବ। ଏହା ଭାରତରେ PVR ସିନେମା ସହିତ ପାଟର୍ନର ସିପ୍‌ କରିଛି, ଯାହାର ନାମ Mubi Go ରହିଛି। ଏହାକୁ ଆପଣ ସବ୍‌ସ୍କ୍ରିପସନ୍‌ କଲେ ୟୁଜର୍ସକୁ ପ୍ରତି ସପ୍ତାହରେ ଥିଏଟରରେ ଗୋଟିଏ ମାଗଣା ଫିଲ୍ମ ଦେଖିବାର ସୁଯୋଗ ମିଳିବ।

mubi go

ଏଥିରେ ୬୦ ଦଶକର ଫିଲ୍ମ ୟୁଜର୍ସ ଦେଖିବାକୁ ପାଇଁବେ। ଏଥିରେ ଦିନକୁ ୨ଟି ଫିଲ୍ମଟି ଦେଖିପାରିବାର ସୁବିଧା ବର୍ତ୍ତମାନ ରହିଛି। ଏହି ଫିଲ୍ମସବୁ ୩୦ ଦିନ ପର୍ଯ୍ୟନ୍ତ ପ୍ଲାର୍ଟଫର୍ମରେ ରହିବ। ୩୦ ଦିନ ପରେ ଏହା ପ୍ଲାର୍ଟଫର୍ମ ଆପେ ଆପେ ଡିଲିଟ୍‌ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.