ଏମିତି ବି ଆସେ ମୃତ୍ୟୁ; କୋଚିଂ ସେଣ୍ଟରରେ ହୃଦଘାତ ନେଲା ଛାତ୍ରଙ୍କ ଜୀବନ

କୋଚିଂ ସେଣ୍ଟରରେ ଛାତ୍ରଙ୍କୁ ହୃଦଘାତ। କ୍ୟାମେରା ସାମ୍ନାରେ ଟଳି ପଡ଼ିଲେ ଛାତ୍ର । ଏ ଦୃଶ୍ୟ ମଧ୍ୟପ୍ରଦେଶ ଇନ୍ଦୋରର । କ୍ଲାସରୁମରେ ପାଠ ପଢ଼ା ଚାଲିଥିବା ବେଳେ ଢଳି ପଡ଼ିଲେ ଛାତ୍ର ।

ନୂଆଦିଲ୍ଲୀ: ମୃତ୍ୟୁ ଏମିତି ଆସେ । କୋଚିଂ ସେଣ୍ଟରରେ ଛାତ୍ରଙ୍କୁ ହୃଦଘାତ। କ୍ୟାମେରା ସାମ୍ନାରେ ଟଳି ପଡ଼ିଲେ ଛାତ୍ର ।  ଏ ଦୃଶ୍ୟ ମଧ୍ୟପ୍ରଦେଶ ଇନ୍ଦୋରର । କ୍ଲାସରୁମରେ ପାଠ ପଢ଼ା ଚାଲିଥିବା ବେଳେ ଢଳି ପଡ଼ିଲେ ଛାତ୍ର । କ୍ଲାସରୁମରୁ ମେଡିକାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ । ମଧ୍ୟପ୍ରଦେଶ ପବ୍ଲିକ ସର୍ଭିସ କମିଶନ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଛାତ୍ର ଜଣଙ୍କ । ପାଠ ପଢ଼ା ଚାଲିଥିବା ବେଳେ ସାଇଲେଣ୍ଟ ଆଟାକ୍ ର ଶିକାର ହୋଇଥିଲେ । ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଟେବୁଲ ଉପରେ ଢଳି ପଡ଼ିଥିଲେ ।

ଫଳରେ ପାଖରେ ଥିବା ସହପାଠୀମାନେ ଓ କୋଚିଙ୍ଗ ସେଣ୍ଟର କର୍ତ୍ତୃପକ୍ଷକିଂ ଡାକି ବିଳମ୍ବ ନ କରି ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କିଛି ସମୟ ପରେ ଡାକ୍ତରମାନେ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ମାଧବ ସର୍ବାନନ୍ଦ ନଗରରେ ଭଡା ଘରେ ରହୁଥିଲେ ଏବଂ ଏଠାରେ ସେ ପିଏସସିର କୋଚିଂ ନେଉଥିଲେ । ରାଜାଙ୍କ ମୃତ୍ୟୁ ଖବର ମିଳିବା ମାତ୍ରେ ତାଙ୍କ ପରିବାର ବର୍ଗ ହସ୍ପିଟାଲକୁ ଧାଇଁ ଆସିଥିଲେ । ଏହି ଘଟଣାର ଏକ ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ରାଜାଙ୍କୁ ହୃଦଘାତ ଆସିବାର ଦୃଶ୍ୟ ରହିଛି । ରାଜାଙ୍କୁ ପୂର୍ବାହ୍ନ ପ୍ରାୟ ୧୨ଟା ୪୯ ମିନିଟ ସମୟରେ ହୃଦଘାତ ଆସିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.