ବିମାନ ଭିତରେ କ୍ରୁ ମେମ୍ବରଙ୍କୁ କାମୁଡ଼ି ଦେଲେ ଯାତ୍ରୀ, କରାଇବାକୁ ପଡ଼ିଲା ଜରୁରୀକାଳୀନ ଲ୍ୟାଣ୍ଡିଂ

ଆମେରିକା ଯାଉଥିବା ଅଲ୍‌ ନିପ୍ପନ ଏୟାରୱେଜ (ଏଏନ୍‌ଏ)ର ଏକ ବିମାନକୁ ଫୋର୍ସ ଲ୍ୟାଣ୍ଡିଂରେ ଟୋକିଓ ଫେରିବାକୁ ପଡ଼ିଛି । ନିଶାରେ ଚୁର୍‌ ଥିବା ଜଣେ ଯାତ୍ରୀ ବିମାନ ଭିତରେ ଜଣେ କ୍ୟାବିନ୍‌ କ୍ରୁ ମେମ୍ବରଙ୍କୁ କାମୁଡ଼ି ଦେଇଥିଲେ ।

ଆମେରିକା ଯାଉଥିବା ଅଲ୍‌ ନିପ୍ପନ ଏୟାରୱେଜ (ଏଏନ୍‌ଏ)ର ଏକ ବିମାନକୁ ଫୋର୍ସ ଲ୍ୟାଣ୍ଡିଂରେ ଟୋକିଓ ଫେରିବାକୁ ପଡ଼ିଛି । ନିଶାରେ ଚୁର୍‌ ଥିବା ଜଣେ ଯାତ୍ରୀ ବିମାନ ଭିତରେ ଜଣେ କ୍ୟାବିନ୍‌ କ୍ରୁ ମେମ୍ବରଙ୍କୁ କାମୁଡ଼ି ଦେଇଥିଲେ । ଏୟାରଲାଇନ୍‌ର ଜଣେ ପ୍ରବକ୍ତା କହିଛନ୍ତି ଯେ ୫୫ ବର୍ଷୀୟ ଜଣେ ଆମେରିକୀୟ ବ୍ୟକ୍ତି ଅଧିକ ନିଶାସକ୍ତ ଅବସ୍ଥାରେ ଥିଲେ । ସେ କ୍ରୁ ସଦସ୍ୟଙ୍କ ହାତକୁ ଜୋର୍‌ରେ କାମୁଡ଼ି ପକାଇଥିଲେ, ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ ।

ଏହି ଘଟଣା ପରେ ପାଇଲଟ୍‌ ୧୫୯ ଜଣ ଯାତ୍ରୀଙ୍କ ସହ ବିମାନକୁ ହାନେଡା ବିମାନବନ୍ଦରରେ ବାଧ୍ୟତାମୂଳକ ଲ୍ୟାଣ୍ଡ୍‌ କରାଇଥିଲେ । ଏହାପରେ ନିଶାସକ୍ତ ଯାତ୍ରୀଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ଜାପାନ ମିଡିିଆ ମୁତାବକ, ଯାତ୍ରୀଙ୍କ ନିଶା ଛାଡ଼ିବା ପରେ ସେ ପୋଲିସକୁ କହିଥିଲେ କି, ତାଙ୍କର କିଛି ମନେ ନାହିଁ ।

କହି ରଖୁଛୁ, ନିକଟ ଅତୀତରେ ଏଏନ୍‌ଏ ବିମାନରେ ଫୋର୍ସ ଲ୍ୟାଣ୍ଡିଂର ଏହା ହେଉଛି ଦ୍ୱିତୀୟ ଘଟଣା । କିଛି ଦିନ ତଳେ ବୋଇଂ ୭୩୭ର କକ୍‌ପିଟ ଓ୍ଵିଣ୍ଡୋରେ ଫାଟ ଜଣାପଡ଼ିବା ପରେ ଏଏନ୍‌ଏର ଏକ ବିମାନକୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିଥିଲା । ଏୟାରଲାଇନ୍‌ର ପ୍ରବକ୍ତା କହିଥିଲେ, ଫଲ୍‌ଟି ଓ୍ଵିଣ୍ଡୋ ହିଟ୍‌ ସିଷ୍ଟମ୍‌ ଯୋଗୁ ଝରକା ଭାଙ୍ଗି ଥାଇପାରେ । କାରଣ, ଅଧିକ ଉଚ୍ଚତାରେ ତାପମାତ୍ରା ବହୁତ ଅଧିକ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.