ଅଭିନେତା ସନ୍ନି ଦେଓ୍ଵଲ ନିଖୋଜ ; ସନ୍ଧାନ ଦେବା ଲୋକକୁ ମିଳିବ ୫୦ ହଜାର ଟଙ୍କା, ଚାରିଆଡେ ଲାଗିଛି ପୋଷ୍ଟର

ସନ୍ନି ଦେଓ୍ଵଲ ଗୁରଦାସପୁର-ପଠାନକୋଟ ଲୋକସଭା ସିଟ୍‌ରେ ବିଜେପି ସାଂସଦ ରହିଛନ୍ତି । ସାଂସଦ ହେବା ପର ଠାରୁ ଦୁଇଟି ଯାକ ଜିଲ୍ଲାକୁ କେବେ ବି ଆସିନାହାନ୍ତି କି କୌଣସି ବିକାଶମୂଳକ କାମ କରିନାହାନ୍ତି । ଏହାକୁ ନେ ପଠାନକୋଟ ଜିଲ୍ଲାର ସରନା ବସ୍‌ ଷ୍ଟାଣ୍ଡରେ ସନ୍ନି ଦେଓ୍ଵଲଙ୍କ ନିଖୋଜ ପୋଷ୍ଟର ଲଗାଯାଇଛି ।

ବଲିଉଡ ଅଭିନେତା ସନ୍ନି ଦେଓ୍ଵଲଙ୍କ ଦମଦାର ଅଭିନୟ ଯୋଗୁଁ ତାଙ୍କର ଅସଂଖ୍ୟ ଫ୍ୟାନ୍ସ ରହିଛନ୍ତି । କିନ୍ତୁ ପଞ୍ଜାବରେ ପୁଣି ଥରେ ସନ୍ନି ଦେଓ୍ଵଲ ନିଖୋଜ ହୋଇଥିବା ପୋଷ୍ଟର ଲଗାଯାଇଛି । ଆଉ ସନ୍ନି ଦେଓ୍ଵଲଙ୍କୁ ସନ୍ଧାନ ଦେବା ଲୋକଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ମଧ୍ୟ ଲେଖାଯାଇଛି । ତେବେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ ।

ପୂର୍ବରୁ ସନ୍ନି ଦେଓ୍ଵଲ ଗୁରଦାସପୁର-ପଠାନକୋଟ ଲୋକସଭା ସିଟ୍‌ରେ ବିଜେପି ସାଂସଦ ରହିଛନ୍ତି । ଆଉ ଯେବେ ଠାରୁ ସାଂସଦ ହୋଇଛନ୍ତି, ସେବେ ଠାରୁ ଦୁଇଟି ଯାକ ଜିଲ୍ଲାକୁ କେବେ ବି ଆସିନାହାନ୍ତି କି କୌଣସି ବିକାଶମୂଳକ କାମ କରିନାହାନ୍ତି । ଏହାକୁ ନେ ପଠାନକୋଟ ଜିଲ୍ଲାର ସରନା ବସ୍‌ ଷ୍ଟାଣ୍ଡରେ ସନ୍ନି ଦେଓ୍ଵଲଙ୍କ ନିଖୋଜ ପୋଷ୍ଟର ଲଗାଯାଇଛି ।

ଏହା ପ୍ରଥମ ଥର ପାଇଁ ନୁହେଁ ବରଂ ପୂର୍ବରୁ ପଠାନକୋଟ ଏବଂ ସୁଜାନପୁରରେ ସନ୍ନି ଦେଓ୍ଵଲ ନିଖୋଜ ଥିବା ପୋଷ୍ଟର ଲଗାଯାଇଛି । ଏହା ପରେ ମଧ୍ୟ ବିଜେପି ସାଂସଦ ଲୋକଙ୍କ ସମସ୍ୟା ଜାଣିବାକୁ ଚେଷ୍ଟା କରିନାହାନ୍ତି । ନିଜ ଲୋକସଭା କ୍ଷେତ୍ରକୁ କେବେ ବି ଆସିନାହାନ୍ତି । ଯେଉଁଥିପାଇ ପଠାନକୋଟ ଅଞ୍ଚଳର ଲୋକମାନେ ରାଗରେ ତାଙ୍କ ନିଖୋଜ ପୋଷ୍ଟର ଲଗାଇଛନ୍ତି । ବିରୋଧ କରୁଥିବା ଲୋକ ବସରେ ମଧ୍ୟ ପୋଷ୍ଟର ବାଣ୍ଟିଛନ୍ତି । ବସ୍‌ରେ ନିଖୋଜ ଥିବା ପୋଷ୍ଟର ଲଗାଇଛନ୍ତି ।

ବିରୋଧ କରୁଥିବା ଲୋକଙ୍କ ଅଭିଯୋଗ ଅନୁଯାୟୀ, ସନ୍ନି ଦେଓ୍ଵଲ ସାଂସଦ ହେବା ପରେ କେବେ ବି ନିଜ ଲୋକସଭା ଅଞ୍ଚଳକୁ ଆସିନାହାନ୍ତି । କୌଣସି ବିକାଶମୂଳକ କାମ କରିନାହାନ୍ତି । ୨୦୨୪ ଲୋକସଭା ନିର୍ବାଚନରେ କୌଣସି ପାର୍ଟି ଏମିତି ଲୋକଙ୍କୁ ଟିକେଟ ନ ଦେବକା ଅପିଲ୍‌ କରିଛନ୍ତି । ସନ୍ନି ଦେଓ୍ଵଲ ଲୋକଙ୍କୁ ଭୁଆଁ ବୁଲାଇ ଜିତିଥିବା ଲୋକ ଅଭିଯୋଗ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.