ବର୍ଷା ଯୋଗୁଁ ବାତିଲ ହେଲା ପ୍ରଥମ ଟି୨୦ ମ୍ୟାଚ୍‌, ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡକୁ ସମାଲୋଚନା କଲେ ଗାଭାସ୍କର

ଗାଭାସ୍କର କହିଛନ୍ତି, ସବୁ କିକ୍ରେଟ ବୋର୍ଡକୁ ବହୁତ ପଇସା ମିଳୁଛି । ଯଦି ସେମାନେ କହୁଛନ୍ତି ପଇସା ନାହିଁ, ତେବେ ମିଛ କହୁଛନ୍ତି । ବିସିସିଆଇ ଭଳି ପଇସା ନ ଥାଇପାରେ, କିନ୍ତୁ ଏମିକି ପଇସା ରହିଛି କି, ପଡିଆ ସଂପୂର୍ଣ୍ଣ ଭାବେ କଭର କରିପାରିବେ ।

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଥିବା ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି । ଏହି ମ୍ୟାଚ ଗତକାଲି ଡରବାନରେ ଖେଳାଯିବାକୁ ଥିଲା । କିନ୍ତୁ ବର୍ଷା କାରଣରୁ ମ୍ୟାଚ ବାତିଲ ହେବା ନେଇ ସୂଚନା ମିଳିଛି । ଦୀର୍ଘ ସମୟ ଧରି ବର୍ଷା ଲାଗି ରହିଥିବାରୁ ଟସ ପଡିବାରୁ ବିଳମ୍ବ ହେଉଥିଲା । ବର୍ଷା ଛାଡିବା ପରେ ବିଳମ୍ବ ହେଲେ ବି ମ୍ୟାଚ ଖେଳାଯିବ ବୋଲି କୁହାଯାଉଥିଲା। କିନ୍ତୁ ପାଗରେ କୌଣସି ପରିବର୍ତ୍ତନ ନ ଆସିବାରୁ ଶେଷରେ କ୍ରିକେଟ ବୋର୍ଡ ମ୍ୟାଚ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ପ୍ରଥମ ଟି୨୦ ବାତିଲ ହେବା ପରେ ସୁନୀଲ ଗାଭାସ୍କର ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡକୁ ସମାଲୋଚନା କରିଛନ୍ତି ।

ଗାଭାସ୍କର କହିଛନ୍ତି, ବର୍ଷା ସମୟରେ ମଇଦାନକୁ ସଂପୂର୍ଣ୍ଣ ଭାବେ କଭର କରାଯାଇନଥିଲା । ସବୁ ବୋର୍ଡ ପାଖରେ ଏତେ ପଇସା ରହିଛି ଯେ, ପୁରା ପଡିଆ ଘୋଡାଇ ପାରିବେ । ଯଦି ଏମିତି କରିପାରୁନାହାନ୍ତି, ତେବେ ସେମାନେ ମିଛ କହୁଛନ୍ତି । ସବୁ କିକ୍ରେଟ ବୋର୍ଡକୁ ବହୁତ ପଇସା ମିଳୁଛି । ଯଦି ସେମାନେ କହୁଛନ୍ତି ପଇସା ନାହିଁ, ତେବେ ମିଛ କହୁଛନ୍ତି । ବିସିସିଆଇ ଭଳି ପଇସା ନ ଥାଇପାରେ, କିନ୍ତୁ ଏମିକି ପଇସା ରହିଛି କି, ପଡିଆ ସଂପୂର୍ଣ୍ଣ ଭାବେ କଭର କରିପାରିବେ ।

ସୂଚନାଯୋଗ୍ୟ, ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ଡରବାନର କିଙ୍ଗ୍ସମେଡ ଷ୍ଟାଡିୟମରେ ଖେଳାଯିବାକୁ ଥିଲା । ଏହି ଟି-୨୦ ସିରିଜରେ ଭାରତୀୟ ଟିମର ଦାୟିତ୍ୱ ସୂର୍ଯ୍ୟକୁମାର ଯାଦବଙ୍କୁ ଦିଆଯାଇଛି । ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଘରୋଇ ଟି -୨୦ ସିରିଜରେ ମଧ୍ୟ ଭାରତୀୟ ଦଳ ତାଙ୍କ ନେତୃତ୍ୱରେ ବହୁତ ଭଲ ପଦର୍ଶନ କରିଥିଲା । ସିରିଜରେ ଭାରତୀୟ ଦଳ ୪-୧ ର ବିଜୟ ହାସଲ କରିଥିଲା । ଦ୍ୱିତୀୟ ଟି-୨୦ ଆସନ୍ତାକାଲି ସେଣ୍ଟ ଜର୍ଜ ପାର୍କରେ ଖେଳାଯିବ । ତେବେ ଆଗକୁ ଦିନିକିଆ ଏବଂ ଟେଷ୍ଟ ସିରିଜ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଖେଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.