Below header

ଅଯୋଧ୍ୟା ମାମଲାରେ ସମସ୍ତ ୧୮ଟି ରିଭ୍ୟୁ ପିଟିସନକୁ ଖାରଜ କଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : ଅଯୋଧ୍ୟା ମାମଲାରେ ସମସ୍ତ ୧୮ଟି ରିଭ୍ୟୁ ପିଟିସନକୁ ଖାରଜ କଲେ ସୁପ୍ରିମ କୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ପାଞ୍ଚଜଣିଆ ଖଣ୍ଡପୀଠ ଏହାକୁ ଖାରଜ କରିଦେଇଛନ୍ତି । ନଭେମ୍ବର ୯ତାରିଖରେ ଅଯୋଧ୍ୟା ମାମଲାରେ ରାୟ ଶୁଣାଇଥିଲେ ଖଣ୍ଡପୀଠ। ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ବିବାଦୀୟ ୨.୭୭ ଏକରରେ ରାମମନ୍ଦିର ନିର୍ମାଣ ଓ ବାବ୍ରି ମସଜିଦ ପାଇଁ ଅଲଗା ପାଞ୍ଚ ଏକର ଜାଗା ପ୍ରଦାନ କରିବାକୁ ରାୟ ଦେଇଥିଲେ । ଏହାର ପୁନଃ ସମୀକ୍ଷା ପାଇଁ ୧୮ଟି ସଂଗଠନ ପକ୍ଷରୁ ଆବେଦନ କରାଯାଇଥିଲା । ଏହା ଶୁଣାଣି ଯୋଗ୍ୟ ନୁହେଁ କହି ସମସ୍ତ ରିଭ୍ୟୁ ପିଟିସନକୁ କୋର୍ଟ ଖାରଜ କରିଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.