ଝାରସୁଗୁଡ଼ା : ମାତିଲେ ଲୁଟେରା, ବନ୍ଧୁକ ଦେଖାଇ ୧୦ ଲକ୍ଷ ଲୁଟ୍‌

ଝାରସୁଗୁଡ଼ା (କେନ୍ୟୁଜ୍) : ମାତିଲେ ଲୁଟେରା । ବନ୍ଧୁକ ଦେଖାଇ ୧୦ ଲକ୍ଷ ଲୁଟ୍‌ । ଝାରସୁଗୁଡ଼ା ବାଇପାସ ନିଟକ ସ୍ରେୟା ଟ୍ରେଡର୍ସ ଚାଉଳ ଗୋଦାମରୁ ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟିଛନ୍ତି ୩ ଦୁର୍ବୃତ୍ତ । ସୂଚନା ମୁତାବକ ବାଇକରେ ୩ ଜଣ ଯୁବକ ଆସି କାଉଁଟରରେ ବସିଥିବା ମାଲିକ ଶଙ୍କର କେଡିଆଙ୍କୁ ବନ୍ଧୁକ ଦେଖାଇ କାଉଁଟରରେ ଥିବା ୧୦ ଲକ୍ଷ ଟଙ୍କା ନେଇ ଛୁ ମାରିଥିଲେ । ଏ ନେଇ ଅଭିଯୋଗ ପରେ ଝାରସୁଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.