ଉତ୍ତର ପ୍ରଦେଶ ବାଗପତରୁ ମିଳିଥିବା ମୁକୁଟ ଓ ଖଣ୍ଡା କାହାର ? ଏବେବି ଚାଲିଛି ଗବେଷଣା

ଉତ୍ତର ପ୍ରଦେଶର ବାଗପତ ଠାରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ୪୦୦୦ ବର୍ଷ ପୁରୁଣା ଏକ ସଭ୍ୟତାର ଅବଶେଷ ମିଳିଛି । ଏହି ସଭ୍ୟତା କାଂସ୍ୟ ଯୁଗ ସମୟର ହୋଇଥିବ ବୋଲି ମଧ୍ୟ ସନ୍ଦେହ କରାଯାଉଛି । ସ୍ଥାନୀୟ ଅଞ୍ଚଳର ଏକ କ୍ଷେତରୁ ମିଳିଥିବା ସଭ୍ୟତା ମେସୋପଟାମିଆ ସଭ୍ୟତା ଭଳି ସମୃଦ୍ଧ ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି । ଦାୟିତ୍ୱରେ ଥିବ ଏଏସଆଇ ଅଧିକାରୀଙ୍କ ତରଫରୁ କୁହାଯାଇଛିକି ଏହି ଅଞ୍ଚଳରୁ ଏତେ ପ୍ରାଚୀନ ଯୁଗର ସନ୍ଧାନ ମିଳିବା ଏକ ଆଶ୍ଚର୍ଯ୍ୟ ଜନକ କଥା ଅଟେ । ଅଧିକ ତଥ୍ୟ ହାସଲ କରିବା ପାଇଁ ଏଏସଆଇ ତରଫରୁ ଅଧିକ ଖୋଳାଖୋଳି ମଧ୍ୟ ଜାରି ରହିଛି । କିଛି ଦିନ ତଳେ ଏହି ଅଂଚଳରୁ ସାହି କବରର ସନ୍ଧାନ ମଧ୍ୟ ମିଳିଥିଲା । ଦାୟିତ୍ୱରେ ଥିବା ଏଏସଆଇ ଦଳର ମୁଖ୍ୟ ଅଧିକାରୀ ଡ଼. ଏସ .କେ ମଞ୍ଜୁଳଙ୍କ କହିବା ଅନୁଯାୟୀ ଏବେ ପର୍ଯ୍ୟନ୍ତ ମିଳିଥିବା ଭଗ୍ନାବଶେଷରୁ ସନ୍ଦେହ କରାଯାଉଛି କି ଏହି ସଭ୍ୟତା ପ୍ରାୟ ୪୦୦୦ ପୁରୁଣା ହେବ ।

up chariot

ଏହି ସ୍ଥାନରୁ ସେହି ସମୟର କେତେ ଗୁଡିଏ କବର ମଧ୍ୟ ମିଳିଛି । ଏହି କବର ଗୁଡିକ ତମ୍ବା ବାକ୍ସରେ ବନ୍ଦ ହୋଇ କବର ଦିଆଯାଇଥିଲା । କବରରେ କେତୋଟି ତମ୍ବା ଦଣ୍ଡ ଓ ସେ ସମୟର ମୁକୁଟ ମଧ୍ୟ ପ୍ରାପ୍ତ ହୋଇଛି । କବର ନିକଟରେ ଖଣ୍ଡା, ଖଞ୍ଜରା, ଢାଲ, ଓ ପ୍ରାଚୀନ କାଳର ହେଲ୍ମେଟ ମଧ୍ୟ ଜବତ ହୋଇଛି । ଏହା ସହ ଏହି ସ୍ଥାନରୁ ଏକ ମହିଳାଙ୍କ କଙ୍କାଳ ମିଳିଥିବା ବେଳେ ଏହା ସହ କିଛି ସୁନା ଓ ରୂପା ନିର୍ମିତ
ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯେପରିକି ତମ୍ବା ରେ ତିଆରି  ଆଇନା ଓ ଶିଙ୍ଘ ପାନିଆ ମଧ୍ୟ ଏଏସଆଇ ଦଳକୁ ମିଳିଛି । ଦାୟୀତ୍ୱରେ ଥିବା ଜଣେ ଏଏସଆଇ ଅଧିକାରୀଙ୍କ କହିବା ଅନୁଯାୟୀ ୧୪ ବର୍ଷ ତଳେ ୨୦୦୫ ମସିହାରେ ସେମାନଙ୍କୁ ଏହି ସ୍ଥାନର ୧୨୦ ମିଟର ଦୂରରେ ଏକ କବର ଘରର ଅବଶେଷ ମିଳିଥିଲା ।

up new

ଯେଉଁଥିରୁ ୧୧୬ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏଗୁଡିକ ନିକଟରେ କିଛି ଖଣ୍ଡା ମଧ୍ୟ ମିଳିଥିଲା । ତେଣୁ ଅଧିକାରୀମାନେ ସନ୍ଦେହ କରୁଛନ୍ତି କି ନିଶ୍ଚିତ ରୂପେ ଏହି କବର ଗୁଡିକ କୌଣସି ଯୁଗର ଯୋଦ୍ଧାମାନଙ୍କର ହିଁ ହୋଇଥିବ । ଖାଲି ସେତିକି ନୁହେଁ ଏହି ଅଞ୍ଚଳକୁ ମହାଭାରତ ଯୁଗ ସହ ମଧ୍ୟ ଯୋଡ଼ା ଯାଇଛି । ବିଶ୍ୱାସ କରାଯାଏ କି ମହାଭାରତ କାଳରେ ପାଣ୍ଡବମାନଙ୍କ ଦ୍ଵାରା କୌରବମାନଙ୍କୁ ମଗାଯାଇଥିବା ୫ଟି ଗାଁ ମଧ୍ୟ ବାଗପତ ଅଞ୍ଚଳରେ ହିଁ ଅବସ୍ଥିତ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.