ନୂଆପଡ଼ା ; ସେଲଫି ମାନିଆ ଭାଲୁ, ପ୍ରତି ମଙ୍ଗଳବାର ଓ ଶନିବାର ଦିନ ଭାଲୁ ସହିତ ଫଟୋ ଉଠାଉଛନ୍ତି ଲୋକେ

ନୂଆପଡ଼ା (କେନ୍ୟୁଜ୍) : ସେଲଫି ମାନିଆ । ଭାଲୁ ସାଙ୍ଗରେ ଭାବ । ନୂଆପଡ଼ା ଜିଲ୍ଲା ବୋଡ଼େନ୍‌ ବ୍ଲକ ଲର୍କା ଗାଁର ଭାଲୁ ଡୋଙ୍ଗରୀ ନିକଟ ହନୁମାନ ମନ୍ଦିରରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ । ଭାଲୁ ଓ ମଣିଷଙ୍କ ମଧ୍ୟରେ ସୃଷ୍ଟି ହୋଇପାରିଛି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ । ହିଂସ୍ର ନହୋଇ ସୁନାପିଲା ଭଳି ନଡ଼ିଆ ଖାଉଛି ଭାଲୁ । ଆଉ ଲୋକମାନେ ଭାଲୁ ସହ ସେଲ୍‌ଫି ବି ନେଉଛନ୍ତି । ପ୍ରତି ମଙ୍ଗଳବାର ଓ ଶନିବାର ମନ୍ଦିରରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଭାଲୁ ଆକ୍ରମଣରେ ଲୋକେ ଆହତ ଏବଂ ମୃତାହତ ଖବର ପ୍ରକାଶିତ ହେଉଥିବା ବେଳେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ ଖଡ଼ିଆଳ ରେଞ୍ଜର କହିଛନ୍ତି ଭାଲୁର କ୍ଷତିନକଲେ ସେ କେବେ ଆକ୍ରମଣ କରେ ନାହିଁ । ହେଲେ ଭାଲୁ ସାଙ୍ଗରେ ସେଲ୍‌ଫି ନନେବାକୁ ସେ ପରାମର୍ଶ ଦେଇଛନ୍ତି । ବନ୍ୟପ୍ରାଣୀଙ୍କ ପ୍ରତି ସମ୍ବେଦନଶୀଳ ହେବା ନିଶ୍ଚୟ ଭଲକଥା । ହେଲେ ଭୁଲିଯିବା ଉଚିତ ନୁହେଁ ଯେ ଭାଲୁ ସଙ୍ଗେ କଲେ ଭାବ, ଅବଶ୍ୟ ରାମ୍ପୁଡ଼ା ଖାଇବ । ତେଣୁ ରେଞ୍ଜରଙ୍କ ପରାମର୍ଶ ନମାନି ଭାଲୁ ସହ ସେଲ୍‌ଫି ନେବା କେତେବେଳେ ବି ବିପଜ୍ଜନକ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.