Below header

ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଜାମିନ ମଞ୍ଜୁର କଲେ ସୁପ୍ରିମ୍‌ କୋର୍ଟ

କେନ୍ୟୁଜ (ବ୍ୟୁରୋ): ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ବୁଧବାର ଦିନ ସୁପ୍ରିମ୍‌ କୋର୍ଟ ୨୦୧୮ ମସିହାର ଅନ୍‌ବ୍ୟ ନାଇକ୍ ଆତ୍ମହତ୍ୟା ମାମଲାରେ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ନଭେମ୍ବର ୪ ତାରିଖ ଦିନ ଗିରଫ ହୋଇ ସମ୍ପ୍ରତି ନୱି ମୁମ୍ବାଇସ୍ଥିତ ତଲୋଜା ସେଣ୍ଟ୍ରାଲ୍‌ ଜେଲ୍‌ରେ ଥିବା ଗୋସ୍ବାମୀଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କରିବାକୁ ଗତ ସୋମବାର ଦିନ ବମ୍ବେ ହାଇକୋର୍ଟ ମନା କରିଦେଇଥିଲେ।

ସୂଚନା ଅନୁଯାୟୀ ଆଜି ଏହି ଆବେଦନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି ଯେ, ଅନ୍ତରୀଣ ଜାମିନ ଆବେଦନ ଖାରଜ କରିବା ବମ୍ବେ ହାଇକୋର୍ଟଙ୍କ ଭୁଲ୍‌। ଏହି ମାମଲାରେ ଅନ୍ୟ ଦୁଇ ସହ-ଅଭିଯୁକ୍ତଙ୍କୁ ମଧ୍ୟ ସୁପ୍ରିମ୍‌ କୋର୍ଟ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.