ନିଜ ସେନା ଓ ଅଦାଲତ ଉପରେ ପ୍ରଶ୍ନ ଉଠାଇଲେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌, କହିଲେ-‘ଭାରତୀୟ ଯବାନଙ୍କ ଆଗରେ ଆମେ କିଛି ନୁହେଁ’

ପଡ଼େଶୀ ଦେଶ ପାକିସ୍ତାନରେ ଏବେ ସ୍ଥିତି ଗମ୍ଭୀର ରହିଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ନିଜେ ହିଁ ନିଜ ସେନାଙ୍କ ଯୋଗ୍ୟତା ଓ ଦେଶ ପ୍ରତି ଦାୟିତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କେବଳ ଏତିକି ନୁହେଁ ଇମ୍ରାନ୍‌ଙ୍କ ମୁହଁରୁ କିଛି ଏଭଳି ଶବ୍ଦ ବାହାରିଛି ଯାହା ଦ୍ୱାରା ସାରା ଦୁନିଆ ସାମ୍ନାରେ ପାକିସ୍ତାନର ମଜାକ୍‌ ବନିଯାଇଥିବା ଦେଖିବାକୁ ମିଳିଛି। ଇମ୍ରାନ୍‌ ଖାନ୍‌ ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ଙ୍କୁ ଟାର୍ଗେଟ୍‌ କରି ନିଜ ସେନା ଓ ଅଦାଲତକୁ ନିନ୍ଦା କରିଛନ୍ତି।

ଇମ୍ରାନ୍‌ ଖାନ୍‌ କହିଛନ୍ତି ‘ଇଏ ସେହି ନଓ୍ଵାଜ ସରିଫ୍‌ ଯିଏ ଆଜି ସେନା ବାହିନୀ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ଓ ଏଭଳି କଥା କହୁଛନ୍ତି। ଇଏ ଜେନେରାଲ ଜିଲାନୀଙ୍କୁ ନିଜ ଘରେ ଗୃହବନ୍ଦୀ କରି ମନ୍ତ୍ରୀ ହୋଇଥିଲେ। ଇଏ ସେହି ବ୍ୟକ୍ତି ଯିଏ ଜିୟାଉଲ ହକ୍‌ଙ୍କ ଜୋତା ପଲିସ କରି କରି ମୁଖ୍ୟମନ୍ତ୍ରୀ ହୋଇଥିଲେ। ଇଏ ସେହି ବ୍ୟକ୍ତି ଯିଏ ଜେନେରାଲ ଦୁର୍ନୀ ଆଇଏନ୍‌ଆଇର ମୁଖ୍ୟ ଥିବା ବେଳେ ପିପୁଲ୍ସ ପାର୍ଟି ବିପକ୍ଷରେ ଇଲେକସନ୍‌ ବେଳେ ମିରାନ ବ୍ୟାଙ୍କରୁ ନିର୍ବାଚନ ଲଢ଼ିବା ପାଇଁ କୋଟି କୋଟି ଟଙ୍କା ଉଠାଇଥିଲେ।

ରିପୋର୍ଟ ମୁତାବକ ଇମ୍ରାନ୍‌ ଖାନ୍‌ଙ୍କ ମନରେ ଏବେ ଏହି ଡର ଅଛି ଯେ ପାକିସ୍ତାନର ୧୧ ବିପକ୍ଷ ପାର୍ଟି ଏକାଠି ତାଙ୍କ ବିରୋଧରେ ମାର୍ଚ୍ଚ ବାହାର କରିଛନ୍ତି ଓ ଲଣ୍ଡନ୍‌ରୁ ଏକ ସନ୍ଦେଶ ଜାରି କରି ନଓ୍ଵାଜ ସରିଫ ଇମ୍ରାନ୍‌ ଖାନ୍‌ଙ୍କୁ ଆଇଏନ୍‌ଆଇ ଓ ସେନାର କଣ୍ଢେଇ ବୋଲି କହିଥିଲେ। ବର୍ତ୍ତମାନ ପାକିସ୍ତାନରେ ଇମ୍ରାନ୍‌ ଖାନ୍‌ ସେନା ଓ ଆଇଏସ୍‌ଆଇକୁ ମଧ୍ୟ ଖୋଲାଖୋଲି ଟାର୍ଗେଟ କରିଛନ୍ତି।

ସେ ମୋଦିଙ୍କୁ ବି ଟାଗେର୍ଟ କରିଛନ୍ତି। ଏଥିସହ ଇମ୍ରାନ୍‌ ଖୋଲାଖୋଲି ନିଜ ସେନାର ମଧ୍ୟ ମଜାକ ଉଡ଼ାଇଛନ୍ତି। ସେ କହିଛନ୍ତି ଭାରତୀୟ ସେନା ପାକ୍‌ ସେନାକୁ ନାନି ମନେ ପକାଇଦେଉଛନ୍ତି। ଇମ୍ରାନ୍‌ ନିଜେ ସ୍ୱୀକାର କରିଛନ୍ତି ଭାରତୀୟ ଯବାନଙ୍କ ଆଗରେ ତାଙ୍କ ସେନାର କୌଣସି ଅସ୍ତିତ୍ୱ ନାହିଁ। ଏଭଳି ଖୋଲାଖୋଲି ନିଜ ସେନାକୁ ନୀଚ କହିଥିବାରୁ ଇମ୍ରାନଙ୍କୁ ସବୁଆଡ଼ୁ ନିନ୍ଦା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.