Below header

ସୁପ୍ରିମକୋର୍ଟରେ କାଶ୍ମୀରରେ ଧାରା ୩୭୦ ରଦ୍ଦ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ଆଜିଠୁ ଆବେଦନର ଶୁଣାଶି ଆରମ୍ଭ

ଅସ୍ଥାୟୀ ବ୍ୟବସ୍ଥା କିପରି ସ୍ଥାୟୀ ହୋଇପାରିବ । ଧାରା ୩୭୦ ଉପରେ ଶୁଣାଣି କରି ଏପରି କହିଛନ୍ତି ସୁପ୍ରିମକୋର୍ଟ ।

ଅସ୍ଥାୟୀ ବ୍ୟବସ୍ଥା କିପରି ସ୍ଥାୟୀ ହୋଇପାରିବ । ଧାରା ୩୭୦ ଉପରେ ଶୁଣାଣି କରି ଏପରି କହିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏକ ୫ ଜଣିଆ ସମ୍ବିଧାନ ବେଞ୍ଚ୍‌, କାଶ୍ମୀରରେ ଧାରା ୩୭୦ ରଦ୍ଦ କରିବାକୁ କେନ୍ଦ୍ରର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଶି ଆରମ୍ଭ କରିଛନ୍ତି ।

କାଶ୍ମୀରରେ ଧାରା ୩୭୦ ରଦ୍ଦ କରିବାକୁ କିଏ ସୁପାରିଶ କରିପାରିବ, ଯେତେବେଳେ ସେଠାରେ କୌଣସି ବିଧାନସଭା ନାହିଁ । ସାମ୍ବିଧାନିକ ବ୍ୟବସ୍ଥାର ରଦ୍ଦକୁ ଚ୍ୟାଲେଞ୍ଜ କରିଥିବା ଆବେଦନକାରୀଙ୍କୁ ଏପରି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଗତକାଲିଠାରୁ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାମି ଆରମ୍ଭ ହୋଇଥିବା ବେଳେ ଆଜି ମଧ୍ୟ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ ବରିଷ୍ଠ ଓକିଲ କପିଲ ଶିବଲ ।

ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଜଷ୍ଟିସ ସଂଜୟ କିଶାନ କୌଲ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବି.ଆର୍‌. ଗଭାଇ ଓ ସୂର୍ଯ୍ୟକାନ୍ତ ସାମିଲ ଥିବା ଏହି ଖଣ୍ଡପୀଠ ସୋମବାର ଓ ଶୁକ୍ରବାର ବ୍ୟତୀତ ଅନ୍ୟ ଦିନ ମାଲଙ୍କରେ ଏହି ପ୍ରସଙ୍ଗରେ ଶୁଣାଣି କରିବେ । ୫ ଅଗଷ୍ଟ ୨୦୧୯ରେ ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ରଦ୍ଦ ହେବାପରେ ଏହାକୁ ଦୁଇ ୟୁନିଅନ ଅଞ୍ଚଳ ଜାମ୍ମୁ କାଶ୍ମୀର ଓ ଲଦାଖରେ ବିଭକ୍ତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.