କଶ୍ମୀର ଯିବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ, ଜାଣନ୍ତୁ ଗସ୍ତର କାରଣ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀର ଗସ୍ତରେ ଯାଇପାରନ୍ତି ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ନେଇ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହା କହିଛନ୍ତି ପ୍ରଧାନ ବିଚାରପତି। ଘାଟିରେ ୧୦ରୁ ୧୮ବର୍ଷ ବୟସର ପିଲାଙ୍କୁ ଗୃହବନ୍ଦୀ ଭାବେ ରଖାଯାଉଥିବା ଆବେଦନକାରୀ ଦର୍ଶାଇଛନ୍ତି। ଏନେଇ ଜମ୍ମୁ କଶ୍ମୀର ହାଇକୋର୍ଟରେ ସାନି ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି ଖଣ୍ଡପୀଠ। ଏହି ମାମଲାରେ ହାଇକୋର୍ଟର ମୁଖ୍ୟ ବିଚାରପିତଙ୍କ ଠାରୁ ମଧ୍ୟ ରିପୋର୍ଟ ତଲବ କରାଯାଇଛି।

ତେବେ ରାଜ୍ୟର ବାସିନ୍ଦା ଯଦି ହାଇକୋର୍ଟରେ ନିଜର ସମସ୍ୟା ଜଣାଇବାରେ ଅକ୍ଷମ, ତେବେ ଏହା ଏକ ଗମ୍ଭୀର ମାମଲା ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ। ଆବଶ୍ୟକ ପଡ଼ିଲେ ସେ ନିଜେ ଶ୍ରୀନଗର ଗସ୍ତ କରିବେ ବୋଲି କହିଛନ୍ତି। ସମସ୍ୟା ନେଇ ବିସ୍ତୃତ ଭାବେ ଜମ୍ମୁ କଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରିବେ।