ରାଶି ଅନୁସାରେ କରନ୍ତୁ ଭଗବାନ ବିଶ୍ୱକର୍ମାଙ୍କ ପୂଜା, ବ୍ୟବସାୟରେ ମିଳିବ ସଫଳତା

ଆସନ୍ତାକାଲି ପୁରା ଦେଶରେ ବିଶ୍ୱକର୍ମା ଜୟନ୍ତୀ ପାଳନ କରାଯିବ।। ଏହି ଦିନ ଶିଳ୍ପକାରମାନେ ଭଗବାନ ବିଶ୍ୱକର୍ମାଙ୍କ ପୂଜା କରିଥାନ୍ତି। ଭଗବାନ ବିଶ୍ୱକର୍ମାଙ୍କୁ ଶିଳ୍ପକାରମାନଙ୍କ ଦେବତା କୁହାଯାଇଥାଏ। ପ୍ରତ୍ୟେକ ବର୍ଷ ଏହି ଜୟନ୍ତି କନ୍ୟା ସଂକ୍ରାନ୍ତି ଦିନ ପାଳନ କରାଯାଇଥାଏ। ଏହି ଦିନ ହିନ୍ଦୁ ଧର୍ମର ଲୋକମାନେ ନିଜର କାଯ୍ୟର୍ସ୍ଥଳରେ ବିଶ୍ୱକର୍ମାଙ୍କ ମୂର୍ତ୍ତି ବିଶେଷ ପୂଜାଅର୍ଚ୍ଚନା କରିଥାନ୍ତି। ଉଲ୍ଲେଖ ରହିଛି ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ଘରେ ଧନ-ସମ୍ପତ୍ତିର ଅଭାବ ରହିନଥାଏ। ବିଶେଷ କରି ଏହି ପୂଜା କରିବା ଦ୍ୱାରା ବ୍ୟବସାୟ କ୍ଷେତ୍ରରେ ବୃଦ୍ଧି ହୋଇଥାଏ। ଜାଣନ୍ତୁ ରାଶି ଅନୁଯାୟର ଭଗବାନ ବିଶ୍ୱକର୍ମାଙ୍କ ପୂଜା କିପରି କରିବା ଉଚିତ।

ମେଷ-ଆପଣଙ୍କ ରାଶିର ସ୍ୱାମୀ ହେଉଛନ୍ତି ମଙ୍ଗଳ। ଯେଉଁ କାରଣରୁ ଏହି ପୂଜା ଆପଣଙ୍କ ପାଇଁ ଶୁଭପ୍ରଦ ହେବ। ବିଶ୍ୱକର୍ମା ପୂଜା ଦିନକୁ ଆହୁରି ଶୁଭକାରୀ କରିବା ପାଇଁ କେସରିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ।

ବୃଷ-ବିଶ୍ୱକର୍ମା ପୂଜା ଦିନ ପୂଜା କରିସାରିବା ପରେ ଶ୍ରୀ କୁବେରଙ୍କ ୧୧ ମାଳା ଜପ ନିଶ୍ଚିନ୍ତ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ଉପରେ ଥିବା ନକରାତ୍ମକ ପ୍ରଭାବ କମ ହୋଇଥାଏ।

ମିଥୁନ-ବିଶ୍ୱକର୍ମା ପୂଜା ଦିନ କଳସ ସ୍ଥାପନା କରିବା ପାଇଁ ରଙ୍ଗୋଲିରେ ବିଶେଷ ଭାବେ ଅଧିକ ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଭଗବାନ ଗଣେଶଙ୍କ ପୂଜା କରିସାରିବା ପରେ ବିଶ୍ୱକର୍ମାଙ୍କୁ ପୂଜା କରନ୍ତୁ।

lord biswakarmaକର୍କଟ-ଅପଣଙ୍କ ପାଇଁ ଚଳିତ ବର୍ଷ କଲ୍ୟାଣକାରୀ ହେବା ସହ ଶୁଭଫଳ ପ୍ରଦାନ କରିବାରେ ପ୍ରମାଣିତ ହେବ। ଆଜି ଆପଣ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ କରିଥିବାରୁ ଗରିବମାନଙ୍କୁ ଅନ୍ନ ଦାନ କରନ୍ତୁ ।

ସିଂହ-ବିଶ୍ୱକର୍ମା ପୂଜା ଦିନ ସ୍ନାନ କରିବା ପରେ ଭଗବାନ ସୂଯ୍ୟର୍ଙ୍କୁ ଜଳ ଅର୍ପଣ କରନ୍ତୁ। ଜଳରେ ରୋଲୀ, ନାଲି ରଙ୍ଗର ଫୁଲ ଏବଂ ଗୁଡ ନିଶ୍ଚିନ୍ତ ଅର୍ପଣ କରନ୍ତୁ। ନିଶ୍ଚିନ୍ତ ରୂପେ ଆପଣଙ୍କ ପୂଜା ମଙ୍ଗଳକାରୀ ହେବ।

କନ୍ୟା-ଆପଣଙ୍କ ରାଶିର ସ୍ୱାମୀ ହେଉଛନ୍ତି ଚନ୍ଦ୍ରମା। ଯେଉଁକାରଣରୁ ପୂଜାରେ ଆପଣଙ୍କର ସମସ୍ତ ମନୋରଥ ସିଦ୍ଦ ହେବ ଏବଂ କାଯ୍ୟର୍ରେ ବୃଦ୍ଧି ହେବ। ନୂଆ ରୋଜଗାର ଆରମ୍ଭ କରିବେ।

ତୁଳା-ଆପଣଙ୍କ ରାଶିରେ ପରାକ୍ରମ ଭାବର ଶନି ଆପଣଙ୍କ ସମସ୍ତ ଅବରୋଧକୁ ସ୍ୱତଃ ସମାପ୍ତ କରିବା କୁହାଯାଇଥାଏ। ବିଶ୍ୱକର୍ମା ପୂଜା କରିବା ଦ୍ୱାରା ଆପଣ ବିଶେଷ ଲାଭ ପ୍ରାପ୍ତ କରିପାରିବେ।

ବିଛା-ଆପଣଙ୍କ ପାଇଁ ଏହି ବିଶ୍ୱକର୍ମା ପୂଜା ଦିବସଟି କାଯ୍ୟର୍କ୍ଷେତ୍ରରେ ସଫଳତା ଦେବା ସହ ବିଦେଶ ସହ ସମ୍ବନ୍ଧିତ ବ୍ୟବସାୟରେ ନୂଆ ରାସ୍ତା ଖୋଲିବ। ପୂଜା ସମୟରେ କଳସ ସ୍ଥାପାନରେ ନାଲି ରଙ୍ଗର ରଙ୍ଗୋଲି ପକାନ୍ତୁ।

ଏହାସହ ପଢନ୍ତୁ: ଜାଣନ୍ତୁ ଚଳିତ ବର୍ଷ କେବେ ପଡୁଛି ବିଶ୍ୱକର୍ମା ପୂଜା ଏବଂ ଏହି ଦିନର ମହତ୍ୱ

ଧନୁ-ଭଗବାନ ବିଶ୍ୱକର୍ମାଙ୍କ ପୂଜାର ବିଶେଷ ଲାଭ ପାଇବା ପାଇଁ ଶ୍ରୀ ଗଣେଶ, ମହାଦେବ ଏବଂ ମାତା ଗୌରୀଙ୍କୁ ବସ୍ତ୍ର ଅର୍ପଣ କରନ୍ତୁ।

ମକର-ସମସ୍ୟାରୁ ମୁକ୍ତି ପାଇବା ପାଇଁ ବିଧି-ବିଧାନର ସହ ବିଶ୍ୱକର୍ମାଙ୍କ ପୂଜା କରନ୍ତୁ। ଏଥିସହ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା କାରଖାନାର ସମସ୍ତ ଉପକରଣ ଶୁଦ୍ଧି ହୋଇଯାଇଥାଏ।

କୁମ୍ଭ-ଭଗବାନ ବିଶ୍ୱକର୍ମାଙ୍କୁ ପୂଜାରେ ନିଶ୍ଚିନ୍ତ ପାରିଜାତ ଫୁଲ ଅର୍ପର କରନ୍ତୁ। ଏହି ପ୍ରୟୋଗ ଦ୍ୱାରା ସମସ୍ତ ନକରାତ୍ମକ ଶକ୍ତି ସମାପ୍ତ ହୋଇଯାଇଥାଏ।

ମୀନ-ବିଶ୍ୱକର୍ମା ପୂଜା ସାଧନା ଏବଂ ଆରାଧନା କରିବା ସହ ଭଗବାନ ବିଶ୍ୱକର୍ମାଙ୍କ ସହ ଶ୍ରୀ ନାରାୟଣଙ୍କ ଆଶୀର୍ବାଦ ମଧ୍ୟ ଅବଶ୍ୟ ପ୍ରାପ୍ତ କରନ୍ତୁ। ଏପରି କରିବା ଦ୍ୱାରା ସମସ୍ୟା ଦୁର ହେବା ସହ ଶୁଭଫଳ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.