Below header

I.N.D.I.A ବିରୋଧରେ ଆବେଦନ ଉପରେ କହିଲେ ସୁପ୍ରିମ୍‌କୋର୍ଟ; ‘ନିର୍ବାଚନ ଆୟୋଗ ଯାଆନ୍ତୁ, ଆମେ କରିପାରିବୁ ନାହିଁ ପ୍ରତ୍ୟକ୍ଷ ଶୁଣାଣି’ 

ବିରୋଧୀ ମେଣ୍ଟର ନାମ I.N.D.I.A ରଖାଯିବା ବିରୋଧରେ ଦାଖଲ ଆବେଦନର ଶୁଣାଣି କଲେନାହିଁ ସୁପ୍ରିମ୍‌କୋର୍ଟ। ଏହି ଆବେଦନ ଉପରେ ଶୁଣାଣି କରିବାକୁ କୋର୍ଟ ସ୍ପଷ୍ଟ ରୂପେ ମନା କରିଦେଇଛନ୍ତି।

ବିରୋଧୀ ମେଣ୍ଟର ନାମ I.N.D.I.A ରଖାଯିବା ବିରୋଧରେ ଦାଖଲ ଆବେଦନର ଶୁଣାଣି କଲେନାହିଁ ସୁପ୍ରିମ୍‌କୋର୍ଟ। ଏହି ଆବେଦନ ଉପରେ ଶୁଣାଣି କରିବାକୁ କୋର୍ଟ ସ୍ପଷ୍ଟ ରୂପେ ମନା କରିଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଏହି ପ୍ରକାରର ମାମଲା ନିର୍ବାଚନ ଆୟୋଗଙ୍କଠାରେ ରଖାଯିବା ଉଚିତ୍‌। ସୁପ୍ରିମ୍‌କୋର୍ଟ ଏହି ମାମଲା ଉପରେ ପ୍ରତ୍ୟକ୍ଷ ଶୁଣାଣି କରିପାରିବ ନାହିଁ।

ଯେତେବେଳେ ଆବେଦନକାରୀ ରାଜନୈତିକ ନୈତିକତାର ପ୍ରଶ୍ନ କୋର୍ଟଙ୍କ ସାମ୍ନାରେ ଉଠାଇଥିଲେ, ତାହା ଉପରେ ସୁପ୍ରିମ୍‌କୋର୍ଟ କହିଥିଲେ, ଆମେ ଏଠାରେ ରାଜନୈତିକ ଦଳଗୁଡ଼ିକର ନୈତିକତା ଉପରେ ଶୁଣାଣି କରିପାରିବୁ ନାହିଁ।

ଆବେଦନକାରୀ କହିଛନ୍ତି ଯେ I.N.D.I.Aକୁ ନେଇ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଏକ ଆବେଦନ ବିଚାରାଧୀନ ଅଛି। ଏହା ଉପରେ କୋର୍ଟ ଆବେଦନକାରୀଙ୍କୁ ସୁପ୍ରିମ୍‌କୋର୍ଟରୁ ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.