Below header

ବରିଷ୍ଠ ନାଗରିକଙ୍କୁ ରେଲ ଟିକେଟରେ ଦିଆଯାଉଥିବା ରିହାତି ଜାରି ରଖିବା ନେଇ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ବରିଷ୍ଠ ନାଗରିକଙ୍କୁ ରେଳ କେନସେସନ (ରିହାତି) ଜାରି ରଖିବା ନେଇ ସୁପ୍ରିମକୋର୍ଟରେ ଦାଖଲ ପିଟିସନକୁ ଶୁକ୍ରବାର କୋର୍ଟ ଖାରଜ କରିଛନ୍ତି । ଜଷ୍ଟିସ ସଂଜୟ କିଶାନ କାଉଲ ଓ ଆସାନୁଦ୍ଦିନ ଅମନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ପିଟିସନକୁ ଖାରଜ କରିଥିଲେ ।

ନୂଆଦିଲ୍ଲୀ : ବରିଷ୍ଠ ନାଗରିକଙ୍କୁ ରେଳ କେନସେସନ (ରିହାତି) ଜାରି ରଖିବା ନେଇ ସୁପ୍ରିମକୋର୍ଟରେ ଦାଖଲ ପିଟିସନକୁ ଶୁକ୍ରବାର କୋର୍ଟ ଖାରଜ କରିଛନ୍ତି । ଜଷ୍ଟିସ ସଂଜୟ କିଶାନ କାଉଲ ଓ ଆସାନୁଦ୍ଦିନ ଅମନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ପିଟିସନକୁ ଖାରଜ କରିଥିଲେ ।

ତେବେ ପିଟିସନର ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶା ଯାଇଥିଲା ଯେ କୋଭିଡ ସମୟରେ ବରିଷ୍ଠ ନାଗରିକଙ୍କୁ କନସେସନ ବା ରିହାତି ବ୍ୟବସ୍ଥାର ଉଚ୍ଛେଦ ହୋଇଥିଲା । ଯେହେତୁ ଆମେ ଏକ ଜନ କଲ୍ୟାଣ ଦେଶରେ ବାସ କରୁଛେ ପୁଣି ଥରେ ଏହି କନସେସନ ବ୍ୟବସ୍ଥାକୁ ଲାଗୁ କରିବା ଆବଶ୍ୟକ ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶା ଯାଇଥିଲା ।

ସାରା ବିଶ୍ୱରେ ବରିଷ୍ଠ ନାଗରିକମାନେ ବହୁ ସୁବିଧା ପାଉଛନ୍ତି ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା । ଆମ ଦେଶରେ ମାତ୍ର ୧୦ ପ୍ରତିଶତ ବରିଷ୍ଠ ନାଗରିକ ଥିବାରୁ ଏହି ବ୍ୟବସ୍ଥା ପୁଣି ଥରେ ଚାଲୁ କରିବା ପାଇଁ ଯୁକ୍ତି କରାଯାଇଥିଲା । ଖଣ୍ଡପୀଠ ଯୁକ୍ତିକୁ ଗ୍ରହଣ କରିବା ସହ ଏହାକୁ ଆମେ ଜୋର ଜବରଦସ୍ତ ରାୟ ଦେଇ ପାରିବୁ ନାହିଁ । ଏହା ଦେଶର ପଲିସି ବ୍ୟବସ୍ଥା କଥା ବୋଲି କୋର୍ଟ ମୌଖିକ ଭାବେ କହିଥିଲେ ।

କୋର୍ଟ ଆହୁରି କହିଥିଲେ ଯେ ରେଳ ମନ୍ତ୍ରଣାଳୟ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଟିକେଟ କନସେସନ ବ୍ୟବସ୍ଥା ପୁଣି ଥରେ ଜାରି ରଖିବା ପାଇଁ ତାଙ୍କ ପାଖରେ ସମ୍ବଳ ନାହିଁ । ତେଣୁ ଯେଉଁ ଆଧାରରେ କୋର୍ଟ ଆଜି ଏହି ସଂକ୍ରାନ୍ତୀୟ ଆବେଦନକୁ ଖାରଜ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.