ବ୍ରିଜ ଭୂଷଣ ଶରନ ଜେଲ ନ ଯିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି କହିଲେ ଧାରଣାରତ ରେସଲର

ଯନ୍ତରମନ୍ତରରେ ଧାରଣା ଦେଇଥିବା ରେସଲରଙ୍କ ଜିଦ ବଢ଼ିଲା । WFI ମୁଖ୍ୟ ବ୍ରିଜ ଭୂଷଣ ଶରନ ଜେଲ ନ ଯିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି କହିଛନ୍ତି ରେସଲର । ଅଲମ୍ପିକ ବ୍ରୋଞ୍ଜ ମେଡାଲିଷ୍ଟ ବଜରଙ୍ଗ ପୁନିଆ କହିଛନ୍ତି ବ୍ରିଜ ଭୂଷଣ ଜେଲ କୋଠରୀକୁ ଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

ନୂଆଦିଲ୍ଲୀ :  ଯନ୍ତରମନ୍ତରରେ ଧାରଣା ଦେଇଥିବା ରେସଲରଙ୍କ ଜିଦ ବଢ଼ିଲା । WFI ମୁଖ୍ୟ ବ୍ରିଜ ଭୂଷଣ ଶରନ ଜେଲ ନ ଯିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି କହିଛନ୍ତି ରେସଲର । ଅଲମ୍ପିକ ବ୍ରୋଞ୍ଜ ମେଡାଲିଷ୍ଟ ବଜରଙ୍ଗ ପୁନିଆ କହିଛନ୍ତି ବ୍ରିଜ ଭୂଷଣ ଜେଲ କୋଠରୀକୁ ଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

ରେସଲର ଫେଡେରେସନ ଅଫ ଇଣ୍ଡିଆ ମୁଖ୍ୟ ବ୍ରିଜ ଭୂଷର ଶରନଙ୍କ ଗିରଫ ଦାବିରେ ଧାରଣା ଦେଇଛନ୍ତି ରେସଲର। ଆଜି ଧାରଣାରେ ଆପ୍‌ ସାମିଲ ହୋଇଛନ୍ତି। ଦିଲ୍ଲୀର ଦୁଇ ମନ୍ତ୍ରୀ ଅତିଶି ଓ ସୌରଭ ଭରଦ୍ୱାଜ ରେସଲରଙ୍କ ସହ ଧାରଣା ସ୍ଥଳରେ ବସିଥିଲେ। ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି ମହିଳା ରେସଲର।

ସରକାର କାର୍ଯ୍ୟାନୁଷ୍ଠାନ ନନେବାରୁ କୁସ୍ତିବିତ ଥାନାରେ ଅଭିଯୋଗ କରିବା ସହ ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି। ସେମାନଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ମଧ୍ୟ ମାମଲା ରୁଜୁ କରିନଥିଲା। ଫଳରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୋଗକାରୀ ରେସଲର।

ଆଜି ମାମଲା ରୁଜୁ କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଅନ୍ୟପଟେ ବ୍ରିଜ ଭୂଷଣଙ୍କୁ ବିଦା କରିବାକୁ ମୋଦିଙ୍କୁ ନିବେଦନ କରିଛନ୍ତି ରେସଲର ଭିନେଶ ଫୋଗତ । କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଫୋନ ଉଠାଉ ନଥିବା ଅଭିଯୋଗ କରିଛନ୍ତି ବଜରଙ୍ଗ ପୁନିଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.