ପାକିସ୍ତାନକୁ କଡ଼ା ଚେତାବନୀ ଶୁଣାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ , ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ(କେନ୍ୟୁଜ୍) : ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। କଡ଼ା ଚେତାବନୀ ଶୁଣାଇଛନ୍ତି। ଜାତିସଂଘରେ ମସୁଦ ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ କାଟ ଖାଇବା ପରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଉପରେ ବର୍ଷିଛନ୍ତି ସୁଷମା। ସେ କହିଛନ୍ତି, ଆତଙ୍କବାଦ ଦମନ କ୍ଷେତ୍ରରେ ଦୋମୁହାଁ ନୀତି ଆପଣାଉଛି ପାକିସ୍ତାନ। ପ୍ରଥମେ ଆତଙ୍କବାଦୀଙ୍କ ଉପରେ ପାକିସ୍ତାନ ଆକ୍ସନ ନେଉ। ତାପରେ କଥାବାର୍ତ୍ତା। ଆତଙ୍କବାଦ ଓ ଆଲୋଚନା ଏକାସଙ୍ଗେ ସମ୍ଭବ ନୁହେଁ। ପୂର୍ବରୁ ବହୁବାର ଆଲୋଚନା ହୋଇଛି। ଏବେ ପାକିସ୍ତାନ ନିଜ ମାଟିରୁ ଆତଙ୍କବାଦୀଙ୍କୁ ପ୍ରଥମେ ଦମନ କରୁ, ତାପରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଭାରତ ଆଗେଇବ ବୋଲି କହିଛନ୍ତି ସୁଷମା ସ୍ୱରାଜ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.