Below header

ପତ୍ନୀ ପରିବା କିଣିବା ପାଇଁ ୩୦ ଟଙ୍କା ମାଗିବାରୁ ସ୍ବାମୀ ଦେଲେ ତଲାକ୍

ନୂଆ ଦିଲ୍ଲୀ: ନୋଏଡାରେ ଜଣେ ପତ୍ନୀ ପରିବା କିଣିବା ପାଇଁ ୩୦ ଟଙ୍କା ମାଗିବାରୁ ତାଙ୍କ ସ୍ବାମୀ ତାଙ୍କୁ ଛାଡପତ୍ର ଦେଇଛନ୍ତି। ଏହି ଘଟଣାରେ ପୀଡ଼ିତା ଜଣକ ଦାଦରୀ ଥାନାରେ ନିଜ ସ୍ବାମୀଙ୍କ ସହ ୫ ଜଣ ଲୋକଙ୍କ ବିରୁଦ୍ଧରେ ମକଦମା ରୁଜୁ କରିଛନ୍ତି। ଥାନା ଅଧିକାରୀଙ୍କ କହିବା ଅନୁଯାୟୀ ପୀଡ଼ିତା ଜଣକ ଗତ ୨୯ ଜୁନ୍ ସନ୍ଧ୍ୟାରେ ପତି ସାବିରଙ୍କୁ ପରିବା କିଣିବା ପାଇଁ ୩୦ ଟଙ୍କା ମାଗିଥିଲେ। କିନ୍ତୁ ତାଙ୍କ ସ୍ବାମୀ ତାଙ୍କୁ ଟଙ୍କା ଦେବା ବଦଳରେ ମାରପିଟ୍ କରିଥିଲେ ଏବଂ ତିନି ଥର ତଲାକ୍ କହି ଛାଡପତ୍ର ଦେଇଛନ୍ତି। ଏହି ଘଟଣାରେ ପୋଲିସ ଧାରା ୪୯୮ଏ, ୫୦୬, ୫୦୪ରେ ମାମଲା ରୁଜୁ କରି ଅଧିକ ସୂଚନା ପାଇଁ ସନ୍ଧାନ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.