ମୁଣ୍ଡ ଖରାପ କରିଦେବ ଜଜମେଣ୍ଟାଲ ହୈ କ୍ୟା ର ଟ୍ରେଲର୍, ଦେଖିଲେଣି କି କଙ୍ଗନା ଏବଂ ରାଜକୁମାରଙ୍କ ଦମଦାର ଅଭିନୟ ?

ଫ୍ଲୋରକୁ ଆସିଲା କଙ୍ଗନାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜଜମେଣ୍ଟାଲ ହୈ କ୍ୟା’ର ଟ୍ରେଲର୍ । ସସପେନ୍ସ, ଥ୍ରିଲର୍ ଏବଂ ରୋମାନ୍ସରେ ଭରପୂର ଏହି ଟ୍ରେଲର୍ । ଫିଲ୍ମରେ ରାଜକୁମାର ରାଓ ଏବଂ କଙ୍ଗନାଙ୍କ ଯୋଡିକୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ । ଟ୍ରେଲରର ଆରମ୍ଭରୁ ଶେଷ ଯାଏ କେବଳ ଦ୍ବନ୍ଦ୍ବ । ଯାହାକୁ ଦେଖି ଫିଲ୍ମ ପ୍ରତି ଉତ୍ସାହ ବେଶ୍ ବଢିଯାଇଛି ।

ଏହା ସହ ପଢନ୍ତୁ କେବେ ଟିଭିରେ ଆସୁଥିବା ଏହି ଆଡ୍ ସହ ଥିଲା ଗଭୀର ବନ୍ଧୁତା, ୫ ବିଜ୍ଞାପନ ଯାହାର ଧୁନ୍ ଏବେ ବି ବସିଛି ଆମ ହୃଦୟରେ

କନିକା କପୁରଙ୍କ ଦ୍ବାରା ଲେଖା ଯାଇଥିବା ଏହି କାହାଣୀରେ ଅଳ୍ପ ରିୟଲ ଲାଇଫ୍ ଏବଂ କିଛି ଫିଲ୍ମି ଲାଇଫ ମସାଲା ପକାଇ ଦର୍ଶକଙ୍କ ନିକଟକୁ କଙ୍ଗନା ଆଣିଛନ୍ତି ଜଜମେଣ୍ଟାଲ ହୈ କ୍ୟା । ଦେଢ ମିନିଟର ଏହି ଟ୍ରେଲର ସୌରଭ ଶୁକ୍ଳାଙ୍କ ଭଏସରେ ଆରମ୍ଭ ହେଉଛି ଏବଂ ଦେଖାଯାଉଛି ବବି ଓ କେଶବର କାହାଣୀ । ଜଣକର କାହାଣୀ କାଟୁଛି ଆଉ ଜଣକ ରାସ୍ତା । ହତ୍ୟା ହେଉଛି ଏବଂ ହତ୍ୟାକାରୀ କିଏର କାହାଣୀରେ ରହିଛି ପାଗଳଖାନାର ଟୁଇଷ୍ଟ । ଟ୍ରେଲର ଦେଖି ଏମିତି ଲାଗୁଛି ଫିଲ୍ମରେ ବବି (କଙ୍ଗନା) ଏବଂ କେଶବ (ରାଜକୁମାର) ଙ୍କ ମଧ୍ୟରେ ହୋଇଛି ଜୋରଦାର ଟକ୍କର । ଦର୍ଶକଙ୍କ ମୁଣ୍ଡରେ ଏବେ ଗୋଟିଏ ପ୍ରଶ୍ନ ଗୋଟିଏ ମର୍ଡରକୁ ନେଇ ଉଭୟଙ୍କ ମଧ୍ୟରେ ହେଉଥିବା ଟକ୍କରରେ କାହାର ହେଉଛି ଜିତ୍ ।

judgemental hai kya.କୁଇନ୍ ଏବଂ ତନୁ ୱେଡସ୍ ମନୁ ପରେ ପୁଣି ଥରେ ଦେଖିବାକୁ ମିଳିଛି କଙ୍ଗନାଙ୍କ ଦମଦାର ଅଭିନୟ । ସେହିପରି ରାଜକୁମାର ମଧ୍ୟ ନିଜ ଅଭିନୟରେ ଜିତି ନେଇଛନ୍ତି ଦର୍ଶକଙ୍କ ମନ । ଟ୍ରେଲର ଦେଖିବା ପରେ ଦର୍ଶକଙ୍କ ମୁହଁରେ ଗୋଟିଏ କଥା, ମାଷ୍ଟରପିସ୍ ହେବ କଙ୍ଗନା ଏବଂ ରାଜକୁମାରଙ୍କ ଜଜମେଣ୍ଟାଲ ହୈ କ୍ୟା ।

ଦେଖନ୍ତୁ ଟ୍ରେଲର୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.